ମୁମ୍ବାଇ: ଗତବର୍ଷ ବଲିଉଡ ଅଭିନେତା ବିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହ ହୋଇଥିଲା । ତେବେ ବିବାହକୁ ବର୍ଷ ନପୂରୁଣୁ ଏବେ ବିକ୍କିଙ୍କୁ ଛାଡି ବଲିଉଡର ହ୍ୟାଣ୍ଡସମ ହଙ୍କ ହ୍ରିତିଙ୍କ ଉପରେ ଫିଦା ହୋଇଛନ୍ତି କ୍ୟାଟ୍ରିନା । ସେ ହ୍ରିତିକ ଲୁକକୁ ଦେଖି ପାଗଳ ହୋଇଯାଇଛନ୍ତି । ତାଙ୍କୁ ପ୍ରଶଂସା ନକରି ସେ ଆଉ ରହିପାରି ନାହାନ୍ତି । ହ୍ରିତିକ ରୋସନଙ୍କ ପ୍ରତିଟି ଅନ୍ଦାଜ ଫ୍ୟାନଙ୍କୁ ପସନ୍ଦ ଆସେ । ନିକଟରେ ହ୍ରିତିକ ତାଙ୍କର ଏକ ବିଜ୍ଞାପନ ଭିଡିଓକୁ ସୋଶାଲ ମିଡିଆରେ ଶେୟାର କରିଥିଲେ । ଏହି ବିଜ୍ଞାପନରେ ତାଙ୍କ ଲୁକକୁ ଦେଖି ଏବେ ଅଭିନେତ୍ରୀ କ୍ୟାଟ୍ରିନା ଫିଦା ହୋଇଯାଇଛନ୍ତି ।
ହ୍ରିତିକଙ୍କ ଦାଢ଼ି ତଥା ବିୟର୍ଡ ଲୁକ କ୍ୟାଟ୍ରିନାଙ୍କୁ ଘାଇଲା କରିଛି । ସେ ହ୍ରିତିକଙ୍କ ବିୟର୍ଡ ଲୁକର ଭିଡିଓକୁ ନିଜ ଇନଷ୍ଟାରେ ଶେଆର କରିଛନ୍ତି । କ୍ୟାପସନରେ ଲେଖିଛନ୍ତି ଲଭିଂ ଦିସ ବିୟର୍ଡ ଭାଇବ । ସୂଚନା ମୁତାବକ, ହ୍ରିତିକ ରୋସନ ଓ କ୍ୟାଟ୍ରିନା କୈଫ ‘ବ୍ୟାଙ୍ଗ ବ୍ୟାଙ୍ଗ’ ଓ ‘ଜିନ୍ଦଗି ନା ମିଲେଗି ଦୋବୋରା’ ଫିଲ୍ମରେ ଏକାଠି ନଜର ଆସିଥିଲେ । ଏହି ଯୋଡିକୁ ଫ୍ୟାନ୍ମାନେ ବେଶ ପସନ୍ଦ ମଧ୍ୟ କରିଥିଲେ । ଏହାପର ଠାରୁ ଉଭୟଙ୍କ ଏକାଠି ଆଉ କୌଣସି ଫିଲ୍ମ ଆସିନାହିଁ ।