କାଜୋଲ-ସୂର୍ଯ୍ୟାଙ୍କୁ ଓସ୍କାରର ଆମନ୍ତ୍ରଣ
୨୦୨୨ରେ ନିଜ ସଂଗଠନରେ ସାମିଲ ହେବା ପାଇଁ ଏକାଡେମୀ ୩୯୭ ଜଣ ପ୍ରତିଷ୍ଠିତ କଳାକାର ଓ ଅଧିକାରୀଙ୍କୁ ଆମନ୍ତ୍ରିତ କରିଛି….
ନୂଆଦିଲ୍ଲୀ : ଏକାଡେମୀ ଅଫ ମୋସନ ପିକଚର ଆର୍ଟସ ଆଣ୍ଡ ସାଇନସସ ପ୍ରତିବର୍ଷ ଓସ୍କାର ସମାରୋହ ଆୟୋଜନ କରିଥାଏ । ଚଳିତବର୍ଷ ପାଇଁ ଏହା ନିଜର ଆମନ୍ତ୍ରିତ ଅତିଥିଙ୍କ ତାଲିକା ଘୋଷଣା କରିଛି । ୨୦୨୨ରେ ନିଜ ସଂଗଠନରେ ସାମିଲ ହେବା ପାଇଁ ଏକାଡେମୀ ୩୯୭ ଜଣ ପ୍ରତିଷ୍ଠିତ କଳାକାର ଓ ଅଧିକାରୀଙ୍କୁ ଆମନ୍ତ୍ରିତ କରିଛି । ୩୯୭ ଜଣିଆ ଏହି ତାଲିକାରେ ୧୫ ଜଣ ଓସ୍କାର ବିଜେତାଙ୍କ ସମେତ ୭୧ ଜଣ ଅସ୍କାର ନୋମିନି ସାମିଲ ଅଛନ୍ତି । ଏହି କ୍ରମରେ ବିଭିନ୍ନ ପୃଷ୍ଠଭୂମିର ଭାରତୀୟ ସେଲିବ୍ରିଟିଙ୍କୁ ଓସ୍କାର ସଦସ୍ୟ ଭାବେ ଆମନ୍ତ୍ରିତ କରାଯାଇଛି ।
ସେମାନଙ୍କ ମଧ୍ୟରେ ଅଛନ୍ତି ବଲିଉଡ ଅଭିନେତ୍ରୀ କାଜୋଲ । ‘ଜୟ ଭୀମ’ ଅଭିନେତା ସୂର୍ଯ୍ୟା ଏହି ତାଲିକାରେ ସାମିଲ ହୋଇଛନ୍ତି । ଡକ୍ୟୁମେଣ୍ଟାରି ବିଭାଗରେ ଅସ୍କାର ଦୌଡ଼ ପାଇଁ ନାମାଙ୍କିତ ହୋଇଥିବା ‘ରାଇଟିଂ ୱିଥ ଫାୟାର’ର ମେକର ସୁସ୍ମିତ ଘୋଷ ଓ ରିଣ୍ଟୁ ଥୋମାସ୍ଙ୍କୁ ଓସ୍କାର ପକ୍ଷରୁ ଆମନ୍ତ୍ରିତ କରାଯାଇଛି ।