କୋର୍ଟର ଦ୍ୱାରସ୍ଥ ହେଲେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ
ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କୁ ଗତବର୍ଷ ଡ୍ରଗ୍ସ କେସ୍ ମାମଲାରେ ଗିରଫ କରାଯାଇଥିଲା…
ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ । ସେ ଏହି ମାମଲାରେ ଏନସିବିରୁ କ୍ଲିନଚିଟ ପାଇସାରିଛନ୍ତି । ଏବେ ସେ ଏନଡିପିଏସର ସ୍ୱତନ୍ତ୍ର ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି । କୋର୍ଟରେ ନିଜର ପାସପୋର୍ଟ ଫେରାଇବା ପାଇଁ ଆର୍ଯ୍ୟନ ଆବେଦନ କରିଛନ୍ତି । ଜୁଲାଇ ୩୦ ତାରିଖରେ ନିଜ ଓକିଲ ମାଧ୍ୟମରେ ଆର୍ଯ୍ୟନ କୋର୍ଟରେ ନିଜ ପାସପୋର୍ଟ ଫେରାଇବା ପାଇଁ ଆବେଦନ କରିଥିଲେ । ସୂଚନାଯୋଗ୍ୟ ଯେ, ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କୁ ଗତବର୍ଷ ଡ୍ରଗ୍ସ କେସ୍ ମାମଲାରେ ଗିରଫ କରାଯାଇଥିଲା ।
ସେ କୋର୍ଟରୁ ଜାମିନରେ ମୁକୁଳିଥିଲେ । ଜାମିନର ସର୍ତ୍ତ ମୁତାବକ, ଯେପରି ସେ ମୁମ୍ବାଇ ଛାଡି ବାହାର ଦେଶକୁ ନଯିବେ ସେଥିପାଇଁ ନିଜ ପାସପୋର୍ଟ କୋର୍ଟରେ ଦାଖଲ କରିବାକୁ କୁହାଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେ ନିଜ ପାସପୋର୍ଟ କୋର୍ଟରେ ଦାଖଲ କରିଥିଲେ । ଏବେ ସେ ନିଜ ପାର୍ସପୋର୍ଟ ଫେରାଇବା ପାଇଁ ଦାବି କରିଛନ୍ତି ।