କେଦାରନାଥ ମନ୍ଦିରର ଗର୍ଭଗୃହକୁ ମିଳିଲା ପ୍ରବେଶ ଅନୁମତି
ଶ୍ରଦ୍ଧାଳୁଙ୍କ ମାତ୍ରାଧିକ ଭିଡ ହେବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଗତ ମେ ୬ ତାରିଖରେ ଏହି ପ୍ରତିବନ୍ଧକ ଲଗାଯାଇଥିଲା…
ଡେରାଡୁନ : କେଦାରନାଥ ଯାତ୍ରା ପାଇଁ ଆସୁଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରୁ ହିମାଳୟୀ ମନ୍ଦିରର ଗର୍ଭଗୃହକୁ ପ୍ରବେଶ ଉପରେ ପ୍ରତିବନ୍ଧକ ହଟାଇ ଦିଆଯାଇଛି । ଏନେଇ ବଦ୍ରିନାଥ-କେଦାରନାଥ କମିଟି ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ ଶନିବାର ସୂଚନା ଦେଇଛନ୍ତି । ଶ୍ରଦ୍ଧାଳୁଙ୍କ ମାତ୍ରାଧିକ ଭିଡ ହେବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଗତ ମେ ୬ ତାରିଖରେ ଏହି ପ୍ରତିବନ୍ଧକ ଲଗାଯାଇଥିଲା । ମନ୍ଦିର ଗର୍ଭଗୃହରେ ସୀମିତ ସ୍ଥାନ ରହିଥିବାବେଳେ ତୀର୍ଥଯାତ୍ରୀଙ୍କ ସଂଖ୍ୟା ଅଧିକ ଥିଲେ । ତେଣୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା ।