ଗ୍ୟାସ ନମିଳିବାରୁ ଫ୍ରାନ୍ସରେ ହାହାକାର ପରିସ୍ଥିତି
ୟୁରୋପୀୟ ୟୁନିୟନ ଅନ୍ତର୍ଗତ ଅନେକ ଦେଶରେ ଋଷର ଗ୍ୟାସ କାଟ ଯୋଗୁ ଏହାର ଅଭାବ ପରିଲକ୍ଷିତ ହୋଇଛି…
ନୂଆଦିଲ୍ଲୀ: ରୁଷ କିଛିଦିନ ପୂର୍ବରୁ ୟୁରୋପୀୟ ଦେଶ ପାଇଁ ଗ୍ୟାସ ଯୋଗାଣ କମାଇ ଦେଇଥିଲା । ଫଳରେ ବିଶ୍ୱର ଚତୁର୍ଥ ସୁଦ ଅର୍ଥବ୍ୟବସ୍ଥା ଯୁକ୍ତ ଦେଶ ଜର୍ମାନୀ ଓ କିଛି ଅନ୍ୟ ଦେଶରେ ଗ୍ୟାସକୁ ନେଇ ଚିନ୍ତା ବଢିଯାଇଛି । ଏହାକୁ ଦୃଷ୍ଟିରେ ରଖି ଜର୍ମାନୀର ଲୋକଙ୍କୁ ଗ୍ୟାସ ଅଭାବ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଜର୍ମାନୀର ଶକ୍ତି ପରିଚାଳନା ଏଜେନ୍ସି ଲୋକଙ୍କୁ ଗ୍ୟାସ ବଞ୍ଚାଇବାକୁ କହିଛି ।
ସୂଚନାଯୋଗ୍ୟ, ପ୍ରାକୃତିକ ଗ୍ୟାସ କମାଇବାକୁ ନେଇ ଜର୍ମାନୀ ପୂର୍ବରୁ ରୁଷ ଉପରେ ଆରୋପ ଲଗାଇଥିଲା । ୟୁରୋପୀୟ ୟୁନିୟନ ଅନ୍ତର୍ଗତ ଅନେକ ଦେଶରେ ଋଷର ଗ୍ୟାସ କାଟ ଯୋଗୁ ଏହାର ଅଭାବ ପରିଲକ୍ଷିତ ହୋଇଛି । ଏହି ସୂଚନା ଇୟୁର ପରିବେଶ ମାମଲାର ମୁଖ୍ୟ ଫ୍ରାନ୍ସ ଟିମରମାନ୍ସ ସୂଚନା ଦେଇଛନ୍ତି ।