ମାଲେସିଆ ଓପନ: ସିନ୍ଧୁ ଓ ପ୍ରଣୟ ବିଦା

ସେହିପରି ଉଭୟଙ୍କ ବିଦାୟ ପରେ ଭାରତର ଅଭିଯାନ ମଧ୍ୟ ଶେଷ ହୋଇଛି…

ନୂଆଦିଲ୍ଲୀ: ଦୁଇ ଥର ଅଲିମ୍ପିକ ପଦକ ବିଜୟିନୀ ପିଭି ସିନ୍ଧୁ ଏବଂ ଏଚଏସ ପ୍ରଣୟ ଏଠାରେ ଚାଲିଥିବା ମାଲେସିଆ ଓପନ ସୁପର ୭୫୦ ବ୍ୟାଡମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛନ୍ତି । ମହିଳା ଏକକ କ୍ୱାର୍ଟର ଫାଇନାଲରେ ବିଶ୍ୱ ମାନ୍ୟତାର ସପ୍ତମ ସିନ୍ଧୁ ୨୧-୧୩, ୧୫-୨୧, ୧୩- ୨୧ରେ ଚାଇନିଜ ତାଇପେର ତାଇ ଟିଜୁ ୟିଙ୍ଗଙ୍କଠୁ ପରାସ୍ତ ହୋଇଥିଲେ । ସେହିପରି ପୁରୁଷ ଏକକରେ ବିଶ୍ୱର ୨୧ ନମ୍ବର ପ୍ରଣୟ ୧୮-୨୧ ଓ ୧୬-୨୧ରେ ବିଶ୍ୱର ୮ ନମ୍ବର ଜୋନାତନ କ୍ରିଷ୍ଟିଙ୍କଠୁ ହାରି ଯାଇଥିଲେ । ସେହିପରି ଉଭୟଙ୍କ ବିଦାୟ ପରେ ଭାରତର ଅଭିଯାନ ମଧ୍ୟ ଶେଷ ହୋଇଛି ।