ମୁମ୍ବାଇ: ବଲିଉଡ ଜଣାଶୁଣା ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଖୁସି କହିଲେ ନ ସରେ । କାରଣ ତାଙ୍କ ଆକ୍ଟିଂ କ୍ୟାରିୟରରେ ଏପରି ଶୁଭ ଘଟଣା ଘଟିବ ବୋଲି ସେ କେବେ କଳ୍ପନା କରି ନଥିଲେ । କଥା କ’ଣ କି ଏକ ନୂଆ ପ୍ରଯୋଜନା ସଂସ୍ଥା ନିର୍ମାଣ କରୁଥିବା ଏକ ଅନଟାଇଲଡ ଫିଲ୍ମରେ ଅଭିନୟ କରିବାକୁ ତାଙ୍କୁ ଯୋଗାଯୋଗ କରାଯାଇଥିଲା । ଶେଷରେ ଏଭଳି ଅଫରକୁ ଗ୍ରୀନ ସିଗନାଲ ଦେଖାଇଛନ୍ତି ସେ । ଅନ୍ୟପକ୍ଷରେ ଆଉ ଦୁଇଟି ସିନେମାରେ ମଧ୍ୟ ସେ ଫିମେଲ ଲିଡରେ ଅଭିନୟ କରିବେ ବୋଲି ଜଣାପଡ଼ିଛି । ଏପରି ସୁଯୋଗ ସମ୍ପର୍କରେ ସେ କହନ୍ତି, ‘ଏହା ଏକ ନୂଆ ବ୍ୟାନର ।
ହେଲେ ତିନୋଟିଯାକ ଫିଲ୍ମର କାହାଣୀ ବହୁତ ଭଲ ଏବଂ ସବୁ କାହାଣୀ ମୋତେ ବେଶ୍ ପ୍ରଭାବିତ କରିଛି । ତା’ସହ ସେଗୁଡ଼ିକରେ ମୋ ଭୂମିକା କୌଣସି ଗୁଣରେ ମଧ୍ୟ କମ ନୁହେଁ । ତେଣୁ ପ୍ରଯୋଜକଙ୍କର ତିନୋଟି ଅଫରକୁ ମୁଁ ଗ୍ରହଣ କରିଛି । ତେଣୁ ଏ ନେଇ ମୋତେ ଡେଟ ଫିଲ୍ମ କରିବାକୁ ହେବ ।