ମିତାଲି ରାଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ଅନେକ ମହିଳା କ୍ରିକେଟର, ଅନେକ ପୁରୁଷ କ୍ରିକେଟର ପାଇଁ ଆପଣ ଜଣେ ରୋଲ ମ଼ଡେଲ ହେବା ସହିତ ପ୍ରେରଣାଦାୟୀ ମଣିଷ…..

ନୂଆଦିଲ୍ଲୀ: ସବୁ ଫର୍ମାଟରୁ ଅବସର ନେଇଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟିକା ମିତାଲି ରାଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମିତାଲି ନିକଟରେ ଆପଣ କ୍ରିକେଟରୁ ସବୁ ଫର୍ମାଟରୁ ଅବସର ଗ୍ରହଣ କଲେ । ଏହା ସବୁ ଖେଳ ପ୍ରେମୀଙ୍କୁ ମର୍ମାହତ କରିଥିଲା । ପ୍ରଥମତଃ ଆପଣଙ୍କ ସଫଳତାପୂର୍ଣ୍ଣ କ୍ୟାରିୟର ପାଇଁ ଆପଣଙ୍କୁ ବହୁତ ଶୁଭେଚ୍ଛାଫ ଆପଣ ଏଥିରେ ଦେଶକୁ ଗୌରବାନ୍ୱିତ କରିଛନ୍ତି । ସେଥିରେ ଆପଣ କେବଳ ଭାଗିଦାରୀ ହୋଇନାହାନ୍ତି ଏହା ମଧ୍ୟ ଅନ୍ୟ ଖେଳାଳି ମାନଙ୍କୁ ପ୍ରେରଣା ପ୍ରଦାନ କରିଛି । ଯଦି ଆପଣଙ୍କ କ୍ୟାରିୟରକୁ ଦେଖାଯାଏ ତାହେଲେ ସେଥିରେ ଆପଣ ଅନେକ ରେକର୍ଡ ସୃଷ୍ଟି କରିବା ସହିତ କଛି ରେକର୍ଡକୁ ଭାଙ୍ଗିଛନ୍ତି ମଧ୍ୟ । ଅନେକ ମହିଳା କ୍ରିକେଟର, ଅନେକ ପୁରୁଷ କ୍ରିକେଟର ପାଇଁ ଆପଣ ଜଣେ ରୋଲ ମ଼ଡେଲ ହେବା ସହିତ ପ୍ରେରଣାଦାୟୀ ମଣିଷ ।

ସହିତ ଆପଣଙ୍କ ପାଖରେ ନେତୃତ୍ୱ ନେବାର ଚମତ୍କାର ଦକ୍ଷତା ରହିଛି । ଜଣେ ଅଧିନାୟିକା ହିସାବରେ ବହୁତ ଚ୍ୟାଲେଞ୍ଜ ସାମନା କରିଛନ୍ତି । ୨୦୧୭ ମସିହା ମହିଳା ୱାଲର୍ଡ କପ ସର୍ବଦା ସ୍ମରଣୀୟ ରହିବ । ଯେତେବେଳେ ଆପଣ କ୍ରିକେଟରୁ ଅବସର ଗ୍ରହଣ ପାଇଁ ସୋସିଆଲ ମିଡିଆରେ ସେୟାର କରିଥିଲେ ସେତେବେଳେ ଆପଣଙ୍କ ଜୀବନରେ ଦ୍ୱିତୀୟ ଇନିଂସ ଆରମ୍ଭ ହୋଇଯାଇଥିଲା । ଆପଣଙ୍କ ଆଗାମୀ ନିଷ୍ପତ୍ତି ସହିତ ଭବିଷ୍ୟତ ପାଇଁ ଆପଣଙ୍କୁ ଅନେକ ଶୁଭକାମନା ଜଣାଉଛୁ । ହୁଏତ ଆପଣ ଭାରତ ପାଇଁ ଆଉ ଖେଳି ନ ପାରନ୍ତି ଆମେ ଆଶା କରୁଛୁ ସମୟ ଆସିଲେ ଆପଣ ଆଗକୁ ଭାରତର ଖେଳ ପାଇଁ ନିଜକୁ ସମୟ ଦେବେ ।