ପୁଣି ପଡିଆରେ ଦେଖିବାକୁ ମିଳିଲା କୋହଲିଙ୍କ ଲିଡରସିପ

ବିରାଟ ଚଳିତ ବର୍ଷ ଆରମ୍ଭରେ ଟେଷ୍ଟ ଟିମର ଅଧିନାୟକ ପଦ ଛାଡ଼ିଥିଲେ…

ଇଂଲଣ୍ଡ : ଇଂଲଣ୍ଡ ବିପକ୍ଷରେ ଜାରି ରହିଥିବା ଟେଷ୍ଟ ମ୍ୟାଚରେ ଭାରତ ବର୍ତ୍ତମାନ ଡ୍ରାଇଭିଂ ସିଟରେ ବସିଛି । ପ୍ରଥମେ ବ୍ୟାଟିଂରେ ଋିଷଭ ପନ୍ତ ଏବଂ ରବିନ୍ଦ୍ର ଜାଡେଜାଙ୍କ ଦମଦାର ଶତକ ପରେ ଅଧିନାୟକ ଯଶପ୍ରିତ ବୁମ୍ରାଙ୍କ ଘାତକ ବୋଲିଂରେ ଇଂଲଣ୍ଡର ଟପ ଅଡର ବ୍ୟାଟ୍ସମ୍ୟାନ ସଅଳ ପ୍ୟାଭିଲିୟନ ଫେରି ଯାଇଛନ୍ତି । ବୁମ୍ରା ପ୍ରଥମ ଥର ଭାରତୀୟ ଟିମର ଅଧିନାୟକ ପଦ ସମ୍ଭାଳିଛନ୍ତି । ଏହି ମ୍ୟାଚରେ ପୁର୍ବତନ ଅଧିନାୟକ ବିରାଟ କୋହଲି ବୁମ୍ରାଙ୍କ ସହଯୋଗ କରୁଥିବା ଦେଖିବାକୁ ମିଳିଛି । ବିରାଟ ଚଳିତ ବର୍ଷ ଆରମ୍ଭରେ ଟେଷ୍ଟ ଟିମର ଅଧିନାୟକ ପଦ ଛାଡ଼ିଥିଲେ । ବିରାଟ ଦଳରେ ସିନିଅର ଖେଳାଳି ଏବଂ ସେ ଲିଡରସିପ ଗ୍ରୁପ୍‌ର ସଦସ୍ୟ ମଧ୍ୟ । ଯେତେବେଳେ ଭାରତୀୟ ଟିମ ବୋଲିଂ କରୁଥିଲା ସେହି ସମୟରେ କୋହଲି ବାରମ୍ବାର ଅଧିନାୟକ ବୁମ୍ରାଙ୍କ ସହିତ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା ।

ଫିଲ୍ଡର ପରିବର୍ତ୍ତନ ହେଉ କିମ୍ବା ବୋଲିଂ, ବିରାଟ କୋହଲି ପ୍ରତିଥର ନିଜର ଅଭିଜ୍ଞତା ବୁମ୍ରାଙ୍କ ସହ ସେୟାର କରୁଥିବା ଦେଖିବାକୁ ମିଳିଥିଲା । ମ୍ୟାଚ ପୂର୍ବରୁ କୋଚ ରାହୁଲ ଦ୍ରାବିଡ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କୋହଲି ସର୍ବଦା ଦଳର ଲିଡର ରହିବେ । କୋହଲିଙ୍କ ପାଇଁ ଏହି ସିରିଜ ବିଶେଷ ଅଟେ, କାରଣ ଗତ ବର୍ଷ ଯେତେବେଳେ ଏହି ସିରିଜ ହୋଇଥିଲା ଏବଂ ଭାରତୀୟ ଦଳ ୨- ୧ରେ ଆଗୁଆ ଥିଲା । ସେହି ସମୟରେ ବିରାଟ କୋହଲି ଦଳର ଅଧିନାୟକ ଥିଲେ ।