କେସିଆର ଏକ ଅନୁଷ୍ଠାନକୁ ଅପମାନିତ କରିଛନ୍ତି: ସ୍ମୃତି ଇରାନୀ

କେସିଆରଙ୍କ ପାଇଁ ରାଜନୀତି ସର୍କସଭଳି ବୋଲି ସେ କହିଛନ୍ତି….

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ ଜଣାଇବା ପାଇଁ ହାଇଦ୍ରାବାଦ ବିମାନ ବନ୍ଦରରେ ଉପସ୍ଥିତ ନଥିବାରୁ ସ୍ମୃତି ଇରାନୀ କେସିଆରଙ୍କ ଉପରେ ବର୍ଷିଛନ୍ତି । ହାଇଦ୍ରାବାଦରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସ୍ମୃତି ଇରାନୀ କହିଛନ୍ତି ଯେ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେବଳ ଜଣେ ବ୍ୟକ୍ତିଙ୍କୁ ଅପମାନିତ କରିନାହାଁନ୍ତି ବରଂ ଏକ ଅନୁଷ୍ଠାନକୁ ମଧ୍ୟ ଅପମାନିତ କରିଛନ୍ତି । କେସିଆରଙ୍କ ପାଇଁ ରାଜନୀତି ସର୍କସଭଳି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ତେବେ ପ୍ରୋଟକଲ ଅନୁସାରେ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥାନ୍ତି । କିନ୍ତୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଏଥର ବି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଗତ ପାଇଁ ପହଞ୍ଚିନଥିଲେ ।