ଦେଶରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୬ ,୧୫୯ କରୋନା ଆକ୍ରାନ୍ତ ଚିହ୍ନଟ

ସୁସ୍ଥତା ତୁଳନାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ହେତୁ ଦେଶରେ ପଜିଟିଭିଟି ହାର ମଧ୍ୟ ବୃଦ୍ଧି ପାଉଛି…

ନୂଆଦିଲ୍ଲୀ: ଆଜି ଦେଶରେ ଆଉ ୧୬ହଜାର ୧୫୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୧ଲକ୍ଷ ୧୫ହଜାର ୨୧୨ ଜଣ କରୋନା ସକ୍ରିୟ ଆକ୍ରାନ୍ତ ରହିଥିବା ସୂଚନା ଦିଆଯାଇଛି । ସେହିପରି ଦେଶରେ କରୋନା ସଂକ୍ରମଣ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟାରେ ମଧ୍ୟ ରୋକ୍‌ ଲାଗୁନାହିଁ । ଗୋଟିଏ ଦିନରେ ଦେଶରେ ଆଉ ୨୮ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସୁସ୍ଥତା ତୁଳନାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ହେତୁ ଦେଶରେ ପଜିଟିଭିଟି ହାର ମଧ୍ୟ ବୃଦ୍ଧି ପାଉଛି । ଦେଶରେ ପଜିଟିଭିଟି ହାର ୩.୫୬% ରହିଛି । ସେପଟେ ଆଜିର ମୃତକଙ୍କୁ ମିଶାଇ ଦେଶରେ ମୋଟ୍‌ ୫ଲକ୍ଷ ୨୫ ହଜାର ୨୭୦ଜଣଙ୍କ ମୃତ୍ୟୁ ହୋଇଛି ।