ମୁମ୍ବାଇ : ଅପକମିଙ୍ଗ ଫିଲ୍ମ ‘ଡାର୍ଲିଙ୍ଗ୍ସ’ ଜରିଆରେ ବଲିଉଡ୍ରେ ପ୍ରଯୋଜନା କ୍ଷେତ୍ରରେ ପାଦ ଥାପିଛନ୍ତି ଅଭିନେତ୍ରୀ ଆଲିୟା ଭଟ୍ଟ । ଫିଲ୍ମ ସୁଟିଂ ପାଇଁ ସେ ପ୍ରସ୍ତୁତ ହେଉଥିବା ନଜର ଆସିଛନ୍ତି । ସେ କହିଛନ୍ତି ଯେ, ‘ଡାର୍ଲିଙ୍ଗ୍?ସ’ର ପ୍ରଥମ ଦିନ । ପ୍ରଯୋଜିକା ଭାବେ ମୋର ପ୍ରଥମ ଫିଲ୍ମ । କିନ୍ତୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମୁଁ ସର୍ବଦା ଜଣେ କଳାକାର ହୋଇ ରହିବି । ଫିଲ୍ମ ‘ଗଲି ବଏ’ରେ ଆଲିୟାଙ୍କ ସହ କାମ କରିଥିବା ବିଜୟ ବର୍ମା ତାଙ୍କ ସହ ‘ଡାର୍ଲିଙ୍ଗସ’ରେ ସ୍କ୍ରିନ ଶେୟାର କରିବେ ।