ବିଭିନ୍ନ ରାଜ୍ୟ ଗସ୍ତ କରିବେ ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ

ଏହା ବ୍ୟତୀତ ସେ ବିରୋଧି ବିଧାୟକଙ୍କ ସହ କଥାବାର୍ତ୍ତା କରିବାକୁ ଏବଂ ସେମାନଙ୍କଠାରୁ ଭୋଟ ମାଗିବାକୁ ଚେଷ୍ଟା କରିବେ….

ନୂଆଦିଲ୍ଲୀ: ଏନଡ଼ିଏ ଦ୍ୱାରା ମନୋନୀତ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଉତର-ପୂର୍ବ ରାଜ୍ୟ ଗସ୍ତରେ ନିଜର ଅଭିଯାନ ଆରମ୍ଭ କରିବେ । ମୁର୍ମୁ ତ୍ରିପୁରାରୁ ତାଙ୍କର ଉତର-ପୂର୍ବ ଯାତ୍ରା ଆରମ୍ଭ କରିବେ । ସେ ଏକ ହୋଟେଲରେ ତ୍ରିପୁରା ବିଧାୟକ ଏବଂ ସାଂସଦଙ୍କୁ ଭେଟି ସମର୍ଥନ ଲୋଡ଼ିବେ । ଏହା ବ୍ୟତୀତ ସେ ବିରୋଧି ବିଧାୟକଙ୍କ ସହ କଥାବାର୍ତ୍ତା କରିବାକୁ ଏବଂ ସେମାନଙ୍କଠାରୁ ଭୋଟ ମାଗିବାକୁ ଚେଷ୍ଟା କରିବେ । ସୂତ୍ରରୁ ପ୍ରକାଶ ଯେ, ଦ୍ରୌପଦୀ ତ୍ରିପୁରାରୁ ଗୌହାଟିକୁ ଆସିବେ । ଏହା ପରେ ସେ ଅନ୍ୟ ଉତର-ପୂର୍ବ ରାଜ୍ୟ ମେଘାଳୟ, ମିଜୋରାମ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ ଏବଂ ସିକିମ ଯାତ୍ରା କରିବେ ବୋଲି ସୂଚନା ମିଳିଛି ।