ସିନ୍ଦେ ସରକାର କାର୍ଯ୍ୟକାଳ ପୂର୍ଣ୍ଣ କରିପାରିବ ନାହିଁ: ମମତା

ମହାରାଷ୍ଟ୍ରରେ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ସରକାରଙ୍କ ଆସ୍ଥା ଭୋଟ ହାସିଲ କରିବା…

କୋଲକାତା : ମହାରାଷ୍ଟ୍ରରେ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ସରକାରଙ୍କ ଆସ୍ଥା ଭୋଟ ହାସିଲ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଶିନ୍ଦେ ସରକାର ନିଜ କାର୍ଯ୍ୟକାଳ ପୁରା କରିପାରିବ ନାହିଁ ଏବଂ ଶୀଘ୍ର ଭାଙ୍ଗିଯିବ । ଗୋଟିଏ ପ୍ରାଇଭେଟ ଚ୍ୟାନେଲ ସହିତ ଖାସ କଥାବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣଡବୀଶର ନେତୃତ୍ୱରେ ନବଗଠିତ ମହାରାଷ୍ଟ୍ର ସରକାର ନିଜର କାର୍ଯ୍ୟକାଳ ପୂର୍ଣ୍ଣ କରିପାରିବେ ନାହିଁ । ମହାରାଷ୍ଟ୍ରରେ ଯେଉଁ ସରକାର ହୋଇଛନ୍ତି, ସେ ଅନୈତିକ ଏବଂ ଅଲୋକତାନ୍ତ୍ରିକ ସରକାର ଅଟନ୍ତି ବୋଲି ସେ କହିଛନ୍ତି ।