୬ ମାସରେ ଭାଙ୍ଗିବ ସିନ୍ଦେ ସରକାର: ପାୱାର

ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଶିବସେନାର….

ମୁମ୍ବାଇ: ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ । ଏଥିପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ବଡ଼ ବୟାନ ଦେଇଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର । ସିନ୍ଦେଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ସରକାର ଆସନ୍ତା ୬ ମାସ ଭିତରେ ଭାଙ୍ଗି ଯିବ । ତେଣୁ ମହାରାଷ୍ଟ୍ରରେ ଆଗୁଆ ନିର୍ବାଚନ ହେବ ବୋଲି ଶ୍ରୀ ପାୱାର ଦମ୍ଭୋକ୍ତି କରିଛନ୍ତି । ମହାରାଷ୍ଟ୍ରରେ ଗଠନ ହୋଇଥିବା ନୂଆ ସରକାର ଆସନ୍ତା ୬ ମାସ ମଧ୍ୟରେ ଭାଙ୍ଗିଯିବ ।

ତେଣୁ ସମସ୍ତେ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇ ରହିଥାଆନ୍ତୁ । ସିନ୍ଦେଙ୍କୁ ସମର୍ଥନ କରୁଥିବା ଅଧିକାଂଶ ବିଧାୟକ ବର୍ତ୍ତମାନର ବ୍ୟବସ୍ଥାରେ ଅସନ୍ତୁଷ୍ଟ ରହିଛନ୍ତି । ମନ୍ତ୍ରୀ ପଦ ଓ ବିଭାଗ ମିଳିବା ପରେ ସେମାନଙ୍କ ମନରେ କୁହୁଳୁ ଥିବା ଅସନ୍ତୋଷ ବାହାରକୁ ଆସିବ । ଏହି ଅସନ୍ତୋଷ ଯୋଗୁ ସରକାର ଅଧାରୁ ଭାଙ୍ଗିଯିବ । ସ୍ଥିତି ଏପରି ହେବ ଯେ ବିଧାୟକଙ୍କ ମଧ୍ୟରୁ ଅଧିକାଂଶ ନେତା ନିଜର ପ୍ରକୃତ ଦଳକୁ ଫେରିବେ ।