ଏକାଠି ନଜର ଆସିବେ ସଲମାନ-ଶାହରୁଖ

ଏହି ଫିଲ୍ମ ୟସରାଜ ଫିଲ୍ମସ ବ୍ୟାନରରେ ନିର୍ମାଣ କରାଯିବ…

ମୁମ୍ବାଇ: ବଲିଉଡର ଦୁଇ ସୁପରଷ୍ଟାର ସଲମାନ୍‌ ଖାନ ଏବଂ ଶାହରୁଖ ଖାନ ସେମାନଙ୍କ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେବାକୁ ଯାଉଛନ୍ତି । କାରଣ ଗୋଟିଏ ଫିଲ୍ମରେ ଦୁଇ ଅଭିନେତା ଅଭିନୟ କରିବାକୁ ଯାଉଛନ୍ତି । ଏହାର ନାମ ପଠାନ ଆଣ୍ଡ ଟାଇଗର ୩ ରହିଛି । ସୂଚନା ଅନୁସାରେ ସଲମାନ ଏବଂ ଏସ୍‌ଆରକେଙ୍କ ଟିମ ଆଦିତ୍ୟ ଚୋପ୍ରାଙ୍କ ଲିଖିତ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ପ୍ରସ୍ତୁତି ସରିଛି । ଏହି ଫିଲ୍ମ ୟସରାଜ ଫିଲ୍ମସ ବ୍ୟାନରରେ ନିର୍ମାଣ କରାଯିବ । ପିଙ୍କଭିଲା ନାମକ ଏକ ୱେବସାଇଟକୁ ମିଳିଥିବା ସୂଚନା ଅନୁସାରେ ଆଦିତ୍ୟ ଚୋପ୍ରା ଦର୍ଶକଙ୍କୁ ଏକ ନୂଆଧରଣର ଆକ୍ସନ ମୁଭି ଭେଟି ଦେବାକୁ ଯାଉଛନ୍ତି ।