ଅଡୁଆରେ ‘କାଲୀ’ ଫିଲ୍ମର ନିର୍ମାତା-ନିର୍ଦ୍ଦେଶକ
ଏହା ମଧ୍ୟରେ ବିହାରର ମୁଜଫରପୁରରେ ଫିଲ୍ମ କାଲୀର ନିର୍ମାତା ନିର୍ଦ୍ଦେଶକ ଏବଂ ଏଡିଟର ଉପରେ ପରିବାଦ ଦାୟର କରାଯାଇଛି…
ପାଟଣା : ଡକ୍ୟୁମେଣ୍ଟାରି ଫିଲ୍ମ କାଲୀର ପୋଷ୍ଟରକୁ ନେଇ ବିବାଦ ବଢ଼ିଛି । ସୋସିଆଲ ମିଡିଆରେ ମଧ୍ୟ ଏହାର କଡ଼ା ବିରୋଧ ହୋଇଛି । ଏହା ମଧ୍ୟରେ ବିହାରର ମୁଜଫରପୁରରେ ଫିଲ୍ମ କାଲୀର ନିର୍ମାତା ନିର୍ଦ୍ଦେଶକ ଏବଂ ଏଡିଟର ଉପରେ ପରିବାଦ ଦାୟର କରାଯାଇଛି । ମୁଖ୍ୟ ନ୍ୟାୟିକ ଦଣ୍ଡାଧିକାରୀର ଅଦାଲତରେ ଅଧିବକ୍ତା ସୁଧିର କୁମାର ଓଝା ଏହି ପରିବାଦ ଦାୟର କରିଛନ୍ତି । ସେ ଅପରାଧିକ ମୋକଦ୍ଦମାର ପରିବାଦ ଦାୟର କରିଛନ୍ତି । ଏଥିରେ ଧାରା ୨୯୫, ୨୯୭, ୨୯୮ ଭାବେ ହିନ୍ଦୁ ଭାବନାକୁ ଧକ୍କା ପହଞ୍ଚାଇବା ଅଭିଯୋଗ ଲଗାଇଛନ୍ତି ।