ରୋମାଣ୍ଟିକ ହେଲେ ରଣବୀର-ବାଣୀ

ଗୀତରେ ଅଭିନେତା ତାଙ୍କ କୋ-ଷ୍ଟାର ବାଣୀଙ୍କ ସହ ରୋମାଣ୍ଟିକ ହେବାର ଦେଖିବାକୁ ମିଳିଛି…

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ହିନ୍ଦୀ ଫିଲ୍ମ ‘ଶମଶେରା’ରେ ଦେଖିବାକୁ ମିଳିବେ । ଏହି ଚଳଚ୍ଚିତ୍ର ବିଷୟରେ କ୍ରମାଗତ ଗୁଜବ ସୃଷ୍ଟି ହୋଇଆସୁଛି । ରଣବୀରଙ୍କ ସହ ଫିଲ୍ମରେ ବାଣୀ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହି ଫିଲ୍ମକୁ ତାଙ୍କ ଫ୍ୟାନ୍ସମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି । ବର୍ତ୍ତମାନ ରଣବୀରଙ୍କ ନୂଆ ଗୀତ ରିଲିଜ ହୋଇଛି । ଗୀତରେ ଅଭିନେତା ତାଙ୍କ କୋ-ଷ୍ଟାର ବାଣୀଙ୍କ ସହ ରୋମାଣ୍ଟିକ ହେବାର ଦେଖିବାକୁ ମିଳିଛି । ଏହାକୁ ନେଇ ରଣବୀର କହିଛନ୍ତି ଯେ ସେ ମୂଳ କାହାଣୀ ଏବଂ ବିଶେଷ ଭାବରେ ମୂଳ ସଂଗୀତର ଏକ ଅଂଶ ହେବାକୁ ଭଲ ପାଆନ୍ତି । ସେ ଖୁସି ଯେ ଆଜିର ରିମିକ୍ସ ଯୁଗରେ ‘ଶମଶେରା’ରେ କେବଳ ଅରିଜିନାଲ ସଂଗୀତ, ଯାହା ଦର୍ଶକମାନେ ଭଲ ପାଇବେ ।