ପାଣିଘେରରେ ଜାମ୍ମୁ-କାଶ୍ମୀରର ବିଭିନ୍ନ ଅଞ୍ଚଳ
ପାଣି ଘେରରେ ଥିବା ଲୋକଙ୍କୁ ସହାୟତା ପାଇଁ ବିଭିନ୍ନ ରିଲିଫ ସାମଗ୍ରୀ ପ୍ରଦାନ କରାଯାଉଛି…
ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ମାମଲା ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଅତ୍ୟଧିକ ବର୍ଷା ଯୋଗୁଁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାମଧ୍ୟରେ ଜମ୍ମୁକାଶ୍ମୀରର କିସ୍ତୱାଡରେ ବାଦଲ ଫଟା ବର୍ଷା ହୋଇଛି । ଚଳିତ ସପ୍ତାହ ଆରମ୍ଭରୁ ଏଠାରେ ବର୍ଷା ହେଉଥିଲା ବେଳେ ବୁଧବାର ବାଦଲ ଫଟା ବର୍ଷା ହୋଇଥିଲା । ପାଣି ଘେରରେ ଥିବା ଲୋକଙ୍କୁ ସହାୟତା ପାଇଁ ବିଭିନ୍ନ ରିଲିଫ ସାମଗ୍ରୀ ପ୍ରଦାନ କରାଯାଉଛି । ପାଣିପାଗ ବିଭିଗର ସୂଚନା ଅନୁସାରେ, ଜୁଲାଇ ୧୦ ଯାଏଁ ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ହେବ । ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ପାଇଁ ମଧ୍ୟ ଆଲର୍ଟ ଜାରି କରାଯାଇଛି ।