ପ୍ରବଳ ବର୍ଷା ଭାସିଗଲା ୩ ମହଲା କୋଠା

ପ୍ରବଳ ବର୍ଷା ଯୋଗୁଁ ଏଠାରେ ନାହିଁ ନଥିବା ଅବସ୍ଥା ସୃଷ୍ଟି ହୋଇଛି । ଏହି ବର୍ଷା ହେବା ଫଳରେ ଏକ ତିନି ମହଲା କୋଠା…

ସିମଲା : ହିମାଚଳପ୍ରଦେଶର ସିମଲାରେ ପ୍ରକୃତିର ଭୟଙ୍କର ରୂପ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁଁ ଏଠାରେ ନାହିଁ ନଥିବା ଅବସ୍ଥା ସୃଷ୍ଟି ହୋଇଛି । ଏହି ବର୍ଷା ହେବା ଫଳରେ ଏକ ତିନି ମହଲା କୋଠା ଭାସିଯାଇଛି । କିନ୍ତୁ ଏଥିରେ କାହାରି ମୃତ୍ୟୁ ଘଟି ନଥିବା ଜଣାପଡ଼ିଛି । କୋଠାଟି ଭୁଶୁଡ଼ିବା ପୂର୍ବରୁ ଖାଲି କରାଯାଇଥିଲା ।