ମୁମ୍ବାଇ: ଉର୍ଫି ଜାଭେଦ ସବୁବେଳେ ଗ୍ଲାମର ଦୁନିଆରେ ଚର୍ଚ୍ଚାରେ ରହିଥାନ୍ତି । ଆଉ ପ୍ରତିଦିନ ପାପାରାଜିଙ୍କ ଫୋକସରେ ରହିଥାନ୍ତି ଉର୍ଫି । ହେଲେ ସେ ପିନ୍ଧୁ ଥିବା ଡ୍ରେସକୁ ନେଇ ଏକ ବୟାନ ଦେଇଛନ୍ତି । ସବୁ ବେଳେ ନିଜର ଅତରଙ୍ଗୀ ଓ ଭିନ୍ନ ଶୈଳର ଡ୍ରେସ ପିନ୍ଧାକୁ ନେଇ ଚର୍ଚ୍ଚାରେ ଥାନ୍ତି ଉର୍ଫି । ଆଉ ପ୍ରତିଦିନ ଭିନ୍ନ ଭିନ୍ନ ପୋଜ ଓ ଡ୍ରେସରେ ଫଟୋ ସେୟାର କରିଥାନ୍ତି । ନିଜର ବୋଲ୍ଡ ଡ୍ରେସ ପିନ୍ଧି ଘରୁ ବାହାରିଥିଲେ ଉର୍ଫି । ଆଉ ତାଙ୍କୁ ଦେଖିବା ମାତ୍ରେ ପାପାରାଜୀମାନେ ଘେରିଯାଇଥିଲେ ।
ଉର୍ଫିଙ୍କୁ ନିଜ ଡ୍ରେସ ବିଷୟରେ ପ୍ରଶ୍ନ ପଚାରିଥିଲେ, କିନ୍ତୁ ଉର୍ଫି ଦେଇଥିଲେ ଅଜବ ବୟାନ । ସେ କହିଥିଲେ ଯେ, ମୁଁ କଣ ଆଉ କହିବି ନିଜ ଡ୍ରେସିଂ ଷ୍ଟାଇଲ ବିଷୟରେ, ଦିନ ଆସିବ ମୁଁ ଆଗକୁ କପଡା ହିଁ ପିନ୍ଧିବିନାହିଁ । ମୋତେ ଯାହା ଭଲ ଲାଗିବ, ମୁଁ ତାକୁ ହିଁ ପିନ୍ଧିବି ବୋଲି ସେ କହିଥିଲେ ।