ବାର ଭିତରେ ଆତତାୟୀଙ୍କ ଗୁଳିମାଡରେ ୧୪ ଜୀବନ ଗଲା

ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ନୁଆଦିଲ୍ଲୀ: ଜୋହାନ୍ସବର୍ଗ ବାର ଭିତରେ ଆଖିବୁଜା ଗୁଳିମାଡରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଦକ୍ଷିଣ ଆଫ୍ରିକାର ସୋବେଟା ଟାଉନସିପରେ ଏହି ଘଟଣା ଘଟିଛି । ସୂଚନା ମୁତାବକ ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡରେ ପ୍ରଥମେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସେମାନେ ମଧ୍ୟ ପ୍ରାଣ ହରାଇଥିଲେ । ଫଳରେ ମୃତ୍ୟୁ ସଂଖ୍ୟାରେ ୧୪କୁ ବୃଦ୍ଧି ପାଇଥିଲା । ସେହିପରି ଏହି ଘଟଣାରେ ୧୧ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେହିପରି ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଲୋକମାନେ ବାରରେ ଖାଉଥିବା ବେଳେ କିଛି ଲୋକ ଏକ ମିନିବସରେ ଆସି ଆଖିବୁଜା ଗୁଳି ଚଳାଇ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗୌତମ ପ୍ରଦେଶର ପୁଲିସ କମିଶନରଙ୍କ ଅନୁଯାୟୀ, ଏଠାରେ କିଛି ଲୋକ ଏକ ମିନିବସରେ ଆସି ବାରର ଗାର୍ଡଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ ।