ଟିମ ଇଣ୍ଡିଆର ଡ୍ରେସିଂ ରୁମରେ ମାହି
ଏହି ସମୟରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନ ମାହିଙ୍କ କଥାକୁ ଖୁବ ଆଗ୍ରହ ଏବଂ ଧ୍ୟାନର ଶୁଣୁଥିବାର ଦେଖାଯାଇଛି….
ନୂଆଦିଲ୍ଲୀ : ଇଂଲଣ୍ଡ ଗସ୍ତରେ ରହିଛି ଭାରତୀୟ କ୍ରିକେଟ ଟିମ । ଏବାଷ୍ଟନରେ ଖେଳାଯାଇଥିବା ଟି-୨୦ ସିରିଜକୁ ୨-୧ରେ ଜିତି ନେଇଛି ରୋହିତ ସେନା । ତେବେ ଏହି ମ୍ୟାଚରେ ବିଜୟ ସହିତ ଭାରତୀୟ ଦଳକୁ ଆଉ ଏକ ସରପ୍ରାଇଜ ମଧ୍ୟ ମିଳିଛି । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମଏସ ଧୋନି ଅଚାନକ ଦଳ ସହିତ ଯୋଡି ହୋଇଛନ୍ତି । ଦଳର ଖେଳାଳିମାନଙ୍କ ସହ ସମୟ ବିତାଇବାର କିଛି ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଛି ବିସିସିଆଇ ।
ଟିମ ଇଣ୍ଡିଆର ଡ୍ରେସିଂ ରୁମରେ ଧୋନୀ କିଛି ଖେଳାଳିଙ୍କୁ ଟିପ୍ସ ଦେଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନ ମାହିଙ୍କ କଥାକୁ ଖୁବ ଆଗ୍ରହ ଏବଂ ଧ୍ୟାନର ଶୁଣୁଥିବାର ଦେଖାଯାଇଛି । ତେବେ ଏହି ଫଟୋ ପୋଷ୍ଟ କରି ବିସିସିଆଇ ଲେଖିଛି ଯେ, ଯେତେବେଳେ ଏମଏସ ଧୋନୀ କୁହନ୍ତି, ସମସ୍ତେ ଏମିତି ଶୁଣନ୍ତି ।