ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେବାରେ ଲାଗିଛି । ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁସାରେ, ୨୦୨୧-୨୨ରେ ଭାରତ ୧୩,୦୦୦ କୋଟି ଟଙ୍କାର ଯୁଦ୍ଧ ଉପକରଣ ଓ ଟେକ୍ନୋଲୋଜୀ ସହ ଜଡ଼ିତ ସାମଗ୍ରୀ ବିଦେଶକୁ ରପ୍ତାନୀ କରିଛି । ଯାହା ପୂର୍ବ ବର୍ଷ ତୁଳନାରେ ୫୪.୦୧ ପ୍ରତିଶତ ଅଧିକ । ଆମେରିକା, ଫିଲିପିନ୍ସ ସମେତ ଦକ୍ଷିଣ- ପୂର୍ବରେ ଥିବା କେତେକ ଏସିଆ ଦେଶ, ମିଧ୍ୟପ୍ରାଚ୍ୟ ଦେଶ ଓ ଆଫ୍ରିକା ଦେଶକୁ ଭାରତ ଯୁଦ୍ଧ ସାମଗ୍ରୀ ରପ୍ତାନୀ କରିଛି । ୨୦୧୫-୧୬ରେ ଭାରତ ୨୦୫୦ କୋଟି ଟଙ୍କାର ରପ୍ତାନୀ କରିଥିଲା ।
ସେହିପରି ୧୯-୨୦ରେ ୯ ହଜାର ୧୧୫ କୋଟି, ୨୦-୨୧ରେ ୮,୪୩୪ କୋଟି ଟଙ୍କାର ଯୁଦ୍ଧ ସାମଗ୍ରୀ ରପ୍ତାନୀ କରାଯାଇଥିଲା ବୋଲି ସଞ୍ଜୟ ସୂଚନା ଦେଇଛନ୍ତି । ଦୁଇ ବର୍ଷ କରୋନା ପାଇଁ ପ୍ରତିରକ୍ଷା ରପ୍ତାନୀ ପ୍ରଭାବିତ ହେବା ପରେ ବି ୨୧-୨୨ରେ ଡିଫେନ୍ସ ଏକ୍ସପୋର୍ଟ ୧୩ ହଜାର କୋଟି ରହିଛି ।