ଟି-୨୦ ବିଶ୍ୱକପ: କିଛି ମିନିଟରେ ଭାରତ-ପାକ ମ୍ୟାଚ ଟିକେଟ ଶେଷ

ବର୍ତ୍ତମାନ କିଛି ଭିଆଇପି ଟିକେଟ ବିକ୍ରି ପାଇଁ ବାକି ଅଛି, ଯାହା ଏହି ସପ୍ତାହରେ ଶେଷ ହେବ…

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଆଉ କିଛି ମାସ ବାକି ଅଛି । ଏଥିପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି । ଭାରତର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ରହିଛି । ଏହି ମ୍ୟାଚ ପାଇଁ ସମସ୍ତ ଟିକେଟ ବିକ୍ରି ହୋଇସାରିଛି । ଟି-୨୦ ବିଶ୍ୱକପ ୨୦୨୨ ଟିକେଟ ବିକ୍ରି ଆରମ୍ଭ ହେବାର କିଛି ମିନିଟ ପରେ ସମସ୍ତ ଟିକେଟ ବିକ୍ରି ହୋଇଯାଇଛି । ବର୍ତ୍ତମାନ କିଛି ଭିଆଇପି ଟିକେଟ ବିକ୍ରି ପାଇଁ ବାକି ଅଛି, ଯାହା ଏହି ସପ୍ତାହରେ ଶେଷ ହେବ । ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଅକ୍ଟୋବର ୧୬ରୁ ଆରମ୍ଭ ହେବ । ଭାରତର ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ରହିଛି । ସେହିପରି ଭାରତ ଏବଂ ପାକିସ୍ତାନ ମ୍ୟାଚ ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ପାଇଁ ଟିକେଟ ଚାହିଦା ସର୍ବାଧିକ ରହିଛି ।