ଦେଶରେ ଏନଡିଏ ଶାସନ କାଳରେ ଅନେକ ପରିବର୍ତ୍ତନ ହୋଇଛି: ଜୟଶଙ୍କର

ଆଜି ଆମେ ସେହି ବଡ ଦେଶର ଗୋଷ୍ଠୀରେ ସାମିଲ ହୋଇପାରିଛେ….

ନୂଆଦିଲ୍ଲୀ: ଭାରତରେ ବିଗତ ୮ ବର୍ଷ ମଧ୍ୟରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସରକାରର ଶାସନ କାଳରେ ବହୁତ ପରିବର୍ତ୍ତନ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି । ଡିଜିଟାଲ ସଂଯୋଗ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏନଡିଏ ସରକାର ବହୁତ ଭଲ କାମ କରିଛନ୍ତି । ଜୟଶଙ୍କର କହିଛନ୍ତି ଯେ, ନିଜର ଯୁବାବସ୍ଥାରେ ଯେଉଁ ଭାରତ ଦେଖିଛନ୍ତି, ଏହା ଆଜିର ଯୁବଗୋଷ୍ଠୀଙ୍କ ଅଭିଜ୍ଞତା ଠାରୁ ବହୁତ ଭିନ୍ନ । ବିଦେଶ ମନ୍ତ୍ରୀ କହିଛନ୍ତି ଯେ, ୧୦ ଅଥବା ୧୫ ବର୍ଷ ପୂର୍ବରୁ ଯଦି କୋଭିଡ ଭଳି କିଛି ଏଭଳି ଅବସ୍ଥା ଉପୁଜି ଥାଆନ୍ତା, ତା’ହେଲେ ଆମକୁ ଅପେକ୍ଷା କରିବାକୁ ପଡିଥାନ୍ତା ଯେ, ବିଶ୍ୱ କ’ଣ କରୁଛି ।

ଟୀକାକରଣ ଓ ଔଷଧ ପାଇଁ ନିଜର ପାଳି କେବେ ଆସିବ, ଅପେକ୍ଷା କରିବାକୁ ପଡିଥାନ୍ତା । ଆଜି ଆମେ ସେହି ବଡ ଦେଶର ଗୋଷ୍ଠୀରେ ସାମିଲ ହୋଇପାରିଛେ, ଯେଉଁଠାରେ କି ସର୍ବାଧିକ ଟୀକାକରଣ ହୋଇପାରିଛି । ଆମେ ନିଜେ ଟିକା ଉତ୍ପାଦନ କରିଛେ । ଆମେ କିଛି ଦେଶ ଭଳି କୋ-ୱିନ୍‌ ଆପ କରିପାରିଛେ, ଯାହାକି ଟିକାକରଣ ପଞ୍ଜୀକରଣ ଓ ପ୍ରମାଣପତ୍ର ପାଇବାରେ ସାହାଯ୍ୟ କରିଥାଏ ।