ନୂଆଦିଲ୍ଲୀ: ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ଇଦ-ଉଲ-ଜୁହାର ଶୁଭେଚ୍ଛା ଜଣାଇବା ପାଇଁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଚଳିତ ବର୍ଷ ଜି-୨୦ ଶିଖର ସମ୍ମିଳନୀ ପାଇଁ ଇଣ୍ଡୋନେସିଆ ଗସ୍ତରେ ଯିବାକୁ ଅପେକ୍ଷା କରିଥିବା ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମାନବିକତା ସେବାରେ ସମସ୍ତଙ୍କ ମଧ୍ୟରେ ଶାନ୍ତି, ସୌହାର୍ଯ୍ୟ ଏବଂ ଭାତୃଭାବ ଜାଗ୍ରତ ପାଇଁ ପ୍ରାର୍ଥନା କରିଥିଲେ । ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଡିସେମ୍ବରରେ ଇଣ୍ଡୋନେସିଆରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଏଥିରେ ସାମିଲ ହେବାକୁ ମୋଦି ଅପେକ୍ଷା କରିଥିବା କହିଛନ୍ତି । ଇଣ୍ଡୋନେସିଆ ହେଉଛି ଭାରତର ଦ୍ୱିତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ୨୦୨୦ରୁ ୨୧ରେ ଉଭୟ ଦେଶ ମଧ୍ୟରେ ୨୬ ବିଲିୟନ ଡଲାରରୁ ଉର୍ଦ୍ଧ୍ୱ ଦ୍ୱିପାକ୍ଷିକ ବାଣିଜ୍ୟ ହୋଇଛି ।