ୱିମ୍ବଲଡନ ଗ୍ରାଣ୍ଡସ୍ଲାମରେ ଇତିହାସ ରିଚିଲେ ଏଲେନା
ମ୍ୟାଚ ଆରମ୍ଭରୁ ଜାବେଓର ପ୍ରଭାବ ବିସ୍ତାର କରି ଖେଳି ପ୍ରଥମ ସେଟ ଅକ୍ତିଆର କରିଥିଲେ…
ଲଣ୍ଡନ : ୱିମ୍ବଲଡନ ଗ୍ରାଣ୍ଡସ୍ଲାମରେ ଇତିହାସ ରଚିଛନ୍ତି ଏଲେନା ରିବକିନା । କାଜାଖସ୍ତାନର ପ୍ରଥମ ଖେଳାଳି ଭାବେ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି । ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ତୃତୀୟ ସିଡ ଟ୍ୟୁନିସିଆ ଖେଳାଳି ଓନ୍ସ ଜାବେଓରଙ୍କୁ ୩-୬, ୬-୨, ୬-୨ ସେଟରେ ପରାସ୍ତ କରିଥିଲେ । ସେମି ଫାଇନାଲ୍ରେ ସିମୋନା ହାଲେପଙ୍କୁ ପରାସ୍ତ କରିବା ପରେ ରିବକିନାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ମ୍ୟାଚ ଆରମ୍ଭରୁ ଜାବେଓର ପ୍ରଭାବ ବିସ୍ତାର କରି ଖେଳି ପ୍ରଥମ ସେଟ ଅକ୍ତିଆର କରିଥିଲେ । ଦ୍ୱିତୀୟ ସେଟରେ ରିବକିନା ଲୟକୁ ଫେରିବା ପରେ ମ୍ୟାଚର ରୂପରେଖ ବଦଳି ଯାଇଥିଲା । ଜାବେଓରଙ୍କ ପକ୍ଷରେ ପଏଣ୍ଟ ହାତେଇବା କଷ୍ଟକର ହେଇଯାଇଥିଲା ।
ଶକ୍ତିଶାଳୀ ସର୍ଭିସ ସାଙ୍ଗକୁ ନିଖୁଣ ବେସ ଲାଇନ ଆକ୍ରମଣ ବଳରେ ରିବକିନା ପରବର୍ତ୍ତୀ ୨ଟି ସେଟ ଜିତି ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲେ । ସମ୍ପୂର୍ଣ୍ଣ ମ୍ୟାଚରେ ସେ ୪ଟି ବ୍ରେକ ପଏଣ୍ଟ ହାସଲ କରିଥିଲେ । ପ୍ରଥମ ସେଟ ପରାଜିତ ହେବା ପରେ ରିବକିନା ଅବିଶ୍ୱସନୀୟ ଭାବେ ପ୍ରତ୍ୟାବର୍ତ୍ତନ କରିଥିଲେ । ଏକସଙ୍ଗେ ୭ଟି ବ୍ରେକ ପଏଣ୍ଟ ବଞ୍ଚାଇବା ସହ ୧ଘଣ୍ଟା ୪୭ ମିନିଟ ମଧ୍ୟରେ ମ୍ୟାଚ ଜିତିଥିଲେ । ୨୩ ବର୍ଷ ବୟସରେ ରିବକିନା ୱିମ୍ବଲଡନ ଟାଇଟଲ ଜିତିଛନ୍ତି ।