ସଲମାନଙ୍କ ବ୍ରେସଲେଟ ପିନ୍ଧି ଟ୍ରୋଲ ହେଲେ ମଲାଇକା

ଏହି ଇଭେଣ୍ଟରେ ତାଙ୍କ ଲୁକ ଆଉ ଅନ୍ଦାଜ ସମସ୍ତଙ୍କୁ ଆଟ୍ରାକ୍ଟ କରିଥିଲା…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ସେ ସବୁବେଳେ କିଛି କିଛି ନା କାରଣରୁ ଚର୍ଚ୍ଚାରେ ରହିଥାନ୍ତି । ଏବେ ପୁଣି ଚର୍ଚ୍ଚାରେ ମଲାଇକା । ମଲାଇକା ସଲମାନଙ୍କ ବ୍ରେସଲେଟ ବେକରେ ପିନ୍ଧି ଜୋରଦାର ଟ୍ରୋଲ ହୋଇଛନ୍ତି । ନିକଟରେ ସେ ମିସ ଇଣ୍ଡିଆ-୨୦୨୨ ଇଭେଣ୍ଟରେ ସାମିଲ ହୋଇଥିଲେ । ଏହି ଇଭେଣ୍ଟରେ ତାଙ୍କ ଲୁକ ଆଉ ଅନ୍ଦାଜ ସମସ୍ତଙ୍କୁ ଆଟ୍ରାକ୍ଟ କରିଥିଲା । ସୋଶାଲ ମିଡିଆରେ ତାଙ୍କ ଫଟୋ ଆଉ ଭିଡିଓ ଛାଇ ଯାଇଥିଲା । ତେବେ ତାଙ୍କ ଲୁକକୁ ନେଇ ଯେତିକି ଚର୍ଚ୍ଚା ହେଉଛି ସେତିକି ତାଙ୍କୁ ଟ୍ରୋଲ ମଧ୍ୟ କରାଯାଉଛି । ଏହି ଇଭେଣ୍ଟରେ ମଲାଇକା ଏକ ଟ୍ରାନ୍ସପରାଣ୍ଟ ଗାଉନରେ ନଜର ଆସିଥିଲେ ।

କେବଳ ସେତିକି ନୁହେଁ ସେ ବେକରେ ଏକ ନେକଲେସ୍‌ ମଧ୍ୟ ପିନ୍ଧିଥିଲେ । ଏହି ନେକଲେସ୍‌ଟି ସଲମାନ ଖାନଙ୍କ ବ୍ରେସଲେଟ ଭଳି ଦେଖାଯାଉଥିଲା, ଯାହାକୁ ଦବଙ୍ଗ ଖାନ ସର୍ବଦା ହାତରେ ପିନ୍ଧିଥାଆନ୍ତି । ମଲାଇକା ସେହି ବ୍ରେସଲେଟ ଡିଜାଇନର ନେକଲେସ ପିନ୍ଧି ମିସ ଇଣ୍ଡିଆ ଇଭେଣ୍ଟକୁ ଯାଇଥିଲେ । ଏହି ନେକଲେସ ପାଇଁ ସେ ଏବେ ସୋଶାଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି ।