ମୁମ୍ବାଇ: ବଲିଉଡ ନାୟିକା ଆଥିୟା ସେଟ୍ଟୀ ଓ କ୍ରିକେଟର କେ ଏଲ୍ ରାହୁଲଙ୍କୁ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଯୋଡି କେବେ ବିବାହ କରିବେ ତାହା ପ୍ରଶଂସକଙ୍କ ମହଲରେ କଲ୍ପନା ଜଳ୍ପନା ଲାଗି ରହିଛି । ତେବେ ଦୁଇ ସେଲିବ୍ରିଟିଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସିର ଖବର । ଏହି ଦୁଇ ଚର୍ଚ୍ଚିତ ଯୋଡି ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଦୀର୍ଘ ୩ ବର୍ଷରୁ ଦୁହେଁ ପରସ୍ପରଙ୍କୁ ଭଲ ପାଇ ଆସୁଛନ୍ତି । ରିପୋର୍ଟ ଅନୁସାରେ ଏହି ଯୋଡି ୩ ମାସ ମଧ୍ୟରେ ବିବାହ କରିବେ । ଆଥିୟା ନିଜେ ଏହି ବିବାହ ଆୟୋଜନର ସମସ୍ତ କଥା ବୁଝୁଛନ୍ତି ।