ଭୂକମ୍ପରେ ଥରିଲା ଭାନୁଆତୁ ଦ୍ୱୀପ

ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି….

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଭାନୁଆତୁ ଦ୍ୱୀପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଆକଳନ ହୋଇଛି । ଭାନୁଆତୁ ଦ୍ୱୀପର ପୋର୍ଟ ଭିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୂକମ୍ପର ଗଭୀରତା ୧୦ କିଲୋମିଟର ହୋଇଥିବାବେଳେ ଏହାର ଅକ୍ଷାଂଶ -୧୮.୨୬ ରହିଥିବାବେଳେ ଦ୍ରାଘିମା ୧୬୯.୨୪ ରହିଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।