ନାସା ଜାରି କଲା ଗାଲାକ୍ସିର ପ୍ରଥମ ରଙ୍ଗୀନ ଫଟୋ

ଏହା ମହାକାଶକୁ ଦେଖିବାର ଦୃଷ୍ଟିଭଙ୍ଗୀକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେବ ବୋଲି ଆଶା ରଖିଛନ୍ତି ମହାକାଶ ବିଜ୍ଞାନୀ…

ନୂଆଦିଲ୍ଲୀ : ମହାକାଶ ଗବେଷଣାରେ ଯୋଡି ହୋଇଛି ଆଉ ଏକ ମାଇଲ ଖୁଣ୍ଟ । ଆମେରିକାର ମହାକାଶ ସଂସ୍ଥା ନାସା ପକ୍ଷରୁ ଗାଲାକ୍ସିର ପ୍ରଥମ ରଙ୍ଗୀନ ଚିତ୍ର ଛଡାଯାଇଛି । ଯାହାକି ଏପର୍ଯ୍ୟନ୍ତ ଦେଖାଯାଇଥିବା ବ୍ରହ୍ମାଣ୍ଡର ସବୁଠୁ ଅଧିକ ରିଜୋଲ୍ୟୁସନ ଥିବା ଚିତ୍ର । ଯେଉଁଥିରେ ଏପର୍ଯ୍ୟନ୍ତ ବ୍ରହ୍ମାଣ୍ଡର ସବୁଠୁ ଅଧିକ ଗହୀର ଦୃଶ୍ୟ ଦେଖାଯାଇଛି । ମହାକାଶରୁ ଚିତ୍ର ଉତ୍ତୋଳନ କରୁଥିବା ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ ମଧ୍ୟରୁ ଅନ୍ୟତମ ଜେମ୍ସ ୱେବ ଟେଲିସ୍କୋପ ଦ୍ୱାରା ଉତ୍ତୋଳିତ ହୋଇଛି ଏହି ଚିତ୍ର । ଏହା ମହାକାଶକୁ ଦେଖିବାର ଦୃଷ୍ଟିଭଙ୍ଗୀକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେବ ବୋଲି ଆଶା ରଖିଛନ୍ତି ମହାକାଶ ବିଜ୍ଞାନୀ । ଏହି ଚିତ୍ରରେ ମହାକାଶରେ ବୁଲୁଥିବା ଶହ ଶହ ଗ୍ରହ, ଗ୍ରହାଣୁ ପୁଞ୍ଜ ଚିତ୍ର ସ୍ପଷ୍ଟ ଦୃଶ୍ୟମାନ ହେଉଛନ୍ତି ।