ବର୍ଷାରେ ଉବୁଟୁବୁ ମାୟାନଗରୀ: ୯ ମୃତ୍ୟୁ

ଏହି ଅଂଚଳରୁ ୫୦୦୦ରୁ ଅଧିକ ଲୋକଙ୍କୁ ପ୍ରଭାବିତ ଜାଗାରୁ ସୁରକ୍ଷିତ ଭାବରେ ବାହାରକୁ ଅଣାଯାଇଛି….

ମୁମ୍ବାଇ : ମହାରାଷ୍ଟ୍ରରେ ହେଉଥିବା ପ୍ରବଳ ବର୍ଷାରେ ବର୍ତମାନ ସୁଦ୍ଧା ୭୬ ଲୋକଙ୍କର ମୃତ୍ୟ ହୋଇ ସାରିଲାଣି । ଗତ ୨୪ ଘଣ୍ଟାରେ ଏଥି ମଧ୍ୟରୁ ୯ ଜଣଙ୍କର ମୃତ୍ୟ ହୋଇଅଛି । ପ୍ରବଳ ବର୍ଷା ରାଜ୍ୟରେ ୮୩୮ ଘରକୁ କ୍ଷତିଗସ୍ତ କରାଇଛି । ଏହି ଅଂଚଳରୁ ୫୦୦୦ରୁ ଅଧିକ ଲୋକଙ୍କୁ ପ୍ରଭାବିତ ଜାଗାରୁ ସୁରକ୍ଷିତ ଭାବରେ ବାହାରକୁ ଅଣାଯାଇଛି ।