ଭାରତ ଇରାନଠାରୁ ତୈଳ ଆମଦାନୀ କରିବ!

ଇରାନଠୁ ତୈଳ ଆସିବା ମାତ୍ରେ ଭାରତୀୟ ବଜାରରେ ପେଟ୍ରୋଲ-ଡିଜେଲ ଦାମ ହ୍ରାସ ପାଇବ….

ନୂଆଦିଲ୍ଲୀ: ଆମେରିକା ସରକାର ପକ୍ଷରୁ ଲଗାଯାଇଥିବା କଟକଣା ପରେ ୨୦୧୯ ମଧ୍ୟ ଭାଗରୁ ଇରାନଠୁ ଅଶୋଧିତ ତୈଳ ଆମଦାନୀ ବନ୍ଦ ରହିଥିଲା । ଏବେ ଭାରତ ଅଶୋଧିତ ତୈଳ ପାଇଁ ସାଉଦି ଆରବ ବ୍ୟତୀତ ଅନ୍ୟ ବିକଳ୍ପ ଉପରେ ମଧ୍ୟ ବିଚାର କରୁଛି । ଏହି ସମୟରେ ଆମେରିକା କଟକଣାରେ କୋହଳ କଲେ ଭାରତ ଇରାନଠୁ ଅଶୋଧିତ ତୈଳ ଦର କିଣିବା ଆରମ୍ଭ କରିବ । ଭାରତ ସରକାରର ଜଣେ ଅଧିକାରୀ କହିଛନ୍ତି ଯେ, ଆମେରିକାର କଟକଣା କୋହଳ ହେଲେ ଭାରତ ଇରାନଠୁ ତୈଳ ଆମଦାନୀ ଉପରେ ବିଚାର କରିବ । ଭାରତୀୟ ତୈଳ ବିଶୋଧନକାରୀ କମ୍ପାନୀ ମଧ୍ୟ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

ଆମେରିକାର କଟକଣା ହଟିବା ମାତ୍ରେ ଭାରତ-ଇରାନ ମଧ୍ୟରେ ଇନ୍ଧନକୁ ନେଇ ରାଜିନାମା ହୋଇପାରେ । ଇରାନଠୁ ତୈଳ ଆସିବା ମାତ୍ରେ ଭାରତୀୟ ବଜାରରେ ପେଟ୍ରୋଲ-ଡିଜେଲ ଦାମ ହ୍ରାସ ପାଇବ । ଆର୍ôଥକବର୍ଷ ୨୦୨୦- ୨୧ରେ ଇରାକ ଭାରତର ସବୁଠୁ ବଡ ରପ୍ତାନୀକାରୀ ଦେଶ ପାଲଟିଛି । ଏହା ପରେ ସାଉଦି ଆରବ ଏବଂ ୟୁଏଇ ରହିଛି । ସେହିପରି ନାଇଜେରିଆରେ ଚତୁର୍ଥରେ ଥିବା ବେଳେ ଆମେରିକା ପଞ୍ଚମରେ ରହିଛି ।