ବରିଷ୍ଠ କ୍ରିକେଟରଙ୍କ ଉପରେ ଗାଭାସ୍କରଙ୍କ ବଡ ବୟାନ

ଶିଖର ଧାୱନଙ୍କ ନେତୃତ୍ୱରେ ଖେଳିବ ଟିମ ଇଣ୍ଡିଆ…

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ-ଭାରତ ମଧ୍ୟରେ ଆସନ୍ତା ୨୨ରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ଏବଂ ଟି-୨୦ ସିରିଜ । ଏହା ପୂର୍ବରୁ ଟିମ୍‌ ଇଣ୍ଡିଆର ଖେଳାଳି ଚୟନକୁ ନେଇ ବିବାଦ ଦେଖାଦେଇଛି । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରୁ ବରିଷ୍ଠ ଖେଳାଳିଙ୍କୁ ବାଦ ଦେବାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମରାହ ଏବଂ ହାର୍ଦ୍ଧିକ ପାଣ୍ଡ୍ୟାଙ୍କୁ ଇଣ୍ଡିଜ ସିରିଜରେ ବିଶ୍ରାମ ଦିଆଯାଇଛି । ଶିଖର ଧାୱନଙ୍କ ନେତୃତ୍ୱରେ ଖେଳିବ ଟିମ ଇଣ୍ଡିଆ । କିନ୍ତୁ ବରିଷ୍ଠ ଖେଳାଳିଙ୍କ ପ୍ରତିବଦ୍ଧତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର । ଗାଭାସ୍କର କହିଛନ୍ତି କ୍ରିକେଟର ମାନେ ଆଇପିଏଲରେ ବିନା କୌଣସି ବ୍ରେକରେ ଖେଳୁଛନ୍ତି ।

ଏଥିରେ ଅନ୍ତତଃ ମୁଁ ସହମତ ନାହିଁ । ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳି ଆଇପିଏଲରେ କାହିଁକି ଆରାମ ନେଉନାହାନ୍ତି । ଗାଭାସ୍କର କହିଛନ୍ତି ଖେଳାଳିମାନଙ୍କୁ ବିଶ୍ରାମ ଦେବାର ତରିକା ଭିନ୍ନ । ଇଣ୍ଡିଆନ ପ୍ରିମିୟର ଲିଗରେ ବିନା ବିଶ୍ରାମରେ ଖେଳୁଥିବା କ୍ରିକେଟର ଭାରତ ପାଇଁ ଖେଳିବା ସମୟରେ କାହିଁକି ବିଶ୍ରାମ ଆବଶ୍ୟକ ହେଉଛି କାହିଁକି ଅନ୍ତର୍ଜାତୀୟ ମ୍ୟାଚ ବେଳେ ବରିଷ୍ଠଙ୍କୁ ଛୁଟି ଦରକାର ପଡୁଛି ଭାରତ ପାଇଁ ଆପଣଙ୍କୁ ଖେଳିବାକୁ ହେବ ।

ଆରାମ କଥା କହିବା ଉଚିତ ନୁହେଁ । ସେ କହିଛନ୍ତି, ଟି-୨୦ରେ ଖେଳାଳିଙ୍କ ଉପରେି କୌଣସି ପ୍ରଭାବ ପଡିନଥାଏ । କେବଳ ଦିନିକିଆ ଏବଂ ଟେଷ୍ଟ ମ୍ୟାଚରେ ଉଭୟ ମାନସିକ ଏବଂ ଶାରୀରିକ ଚାପ ପଡିଥାଏ । ତେଣୁ ବିଶ୍ରାମ କଥା ଆସୁଛି କେଉଁଠୁ ବିସିସିଆଇ ଏଥିରେ ହସ୍ତକ୍ଷେପ କରିବା ଉଚିତ । ଏହି ନୀତିକୁ ତୁରନ୍ତ ବଦଳାଯିବା ଆବଶ୍ୟକ ବୋଲି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର କହିଛନ୍ତି ।