ଧାୱନଙ୍କ ନଜର ଏବେ ଦିନିକିଆ ବିଶ୍ୱକପ ଉପରେ

ବିଶ୍ୱକପ ପୂର୍ବରୁ ଅଧିକରୁ ଅଧିକ ଦିନିକିଆ ଓ ଟି୨୦ ମ୍ୟାଚ ଖେଳିବେ ବୋଲି ପ୍ରକାଶ କରିଛନ୍ତି…

ନୂଆଦିଲ୍ଲୀ : ଭାରତୀୟ ଷ୍ଟାର ବ୍ୟାଟର ଶିଖର ଧାୱନ ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଧାୱନ କିଛିଦିନ ଧରି ଦଳରୁ ବାହାରେ ଥିଲେ । ସେ ଏବେ ପୁରା ଫୋକସ ଦିନିକିଆ ବିଶ୍ୱକପ ଉପରେ କରୁଥିବା କହିଛନ୍ତି । ସେ କହିଛନ୍ତି ଯେ, ସେ ଦିନିକିଆ ବିଶ୍ୱକପ ପ୍ରସ୍ତୁତିରେ ଲାଗିଛନ୍ତି । ଏଥିପାଇଁ ସେ ଯୋଜନା କରୁଛନ୍ତି । ଏହାସହ ସେ ଫର୍ମରେ ରହିବେ ବୋଲି ଆଶା କରିଛନ୍ତି । ଏଥିପାଇଁ ସେ ଅଧିକରୁ ଅଧିକ ମ୍ୟାଚ ଖେଳିବେ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ସେ ଖେଳରେ ନିଜର ଲୟ ସ୍ଥିର ରଖିବାକୁ ଧ୍ୟାନ ଦେଉଛନ୍ତି । ସବୁ ଟୁର୍ଣ୍ଣାମେଣ୍ଟରେ ସେ ଦମଦାର ପ୍ରଦର୍ଶନ କରିବେ ବୋଲି ଆଶ ରଖିଛନ୍ତି । ବିଶ୍ୱକପ ପୂର୍ବରୁ ଅଧିକରୁ ଅଧିକ ଦିନିକିଆ ଓ ଟି୨୦ ମ୍ୟାଚ ଖେଳିବେ ବୋଲି ପ୍ରକାଶ କରିଛନ୍ତି ।