ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଭାରତୀୟ ମହିଳା ଦଳ ଘୋଷଣା

ତେବେ କମନୱେଲଥ ଗେମ ବା ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ଥର ମହିଳା କ୍ରିକେଟକୁ ସାମିଲ କରାଯାଇଛି….

ନୂଆଦିଲ୍ଲୀ : କମନୱେଲଥ ଗେମ୍ସ ୨୦୨୨ ପାଇଁ ଭାରତୀୟ ମହିଳା ଟିମ୍‌ ଘୋଷଣା ହୋଇଛି । ହରମନପ୍ରିତ କୌର ଓ ସ୍ମୃତି ମନ୍ଧାନାଙ୍କୁ ଦଳର ଅଧିନାୟକ ଦାୟିତ୍ୱ ମିଳିଛି । ତେବେ କମନୱେଲଥ ଗେମ ବା ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ଥର ମହିଳା କ୍ରିକେଟକୁ ସାମିଲ କରାଯାଇଛି । ଜୁଲାଇ ୨୮ରୁ ଅଗଷ୍ଟ ୮ ମଧ୍ୟରେ ହେବାକୁ ଥିବା ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ଅନୁଷ୍ଠିତ ହେବ । ଏଥିରେ ୭୨ଟି ଦେଶର ୪୫୦୦ ଖେଳାଳି ଭାଗନେବେ ।