ରୁଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହେଲା ଆଲୋଚନା
ଅଟକିଥିବା ଖାଦ୍ୟ ପଦାର୍ଥ ଡେଲଭରି କରିବା ଲାଗି ଋଷ-ୟୁକ୍ରେନ ସୈନ୍ୟ ଅଧିକାରୀ ଆଲୋଚନା ଆରମ୍ଭ ହୋଇଛି….
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ସମଗ୍ର ବିଶ୍ୱରେ ଖାଦ୍ୟ ସଙ୍କଟ ଦେଖିବାକୁ ମିଳିଛି । ଯୁଦ୍ଧ ଯୋଗୁ ୟୁକ୍ରେନରୁ ଖାଦ୍ୟ ରପ୍ତାନୀରେ ବାଧା ସୃଷ୍ଟି ହେଉଛି । ଏହି ସଙ୍କଟକୁ ସମାଧାନ କରିବା ପାଇଁ ଋଷ-ୟୁକ୍ରେନ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । ଅଟକିଥିବା ଖାଦ୍ୟ ପଦାର୍ଥ ଡେଲଭରି କରିବା ଲାଗି ଋଷ-ୟୁକ୍ରେନ ସୈନ୍ୟ ଅଧିକାରୀ ଆଲୋଚନା ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ତୁର୍କୀ ରାଷ୍ଟ୍ରପତି ଉଭୟ ନେତାଙ୍କ ସହ ୟୁକ୍ରେନରୁ ଖାଦ୍ୟ ପଦାର୍ଥ ସୁରକ୍ଷିତ ରପ୍ତାନୀକୁ ନେଇ ଚର୍ଚ୍ଚା କରିଥିଲେ । ଏହି ଫୋନ୍ କଲ୍ ପରେ ତୁର୍କୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି ।