ଶ୍ରୀଲଙ୍କାରେ ସାଙ୍ଘାତିକ ସ୍ଥିତି

କିଛିଦିନ ପୂର୍ବରୁ ରାଷ୍ଟ୍ରପତି ଗୋଟବାୟା ଜୁଲାଇ ୧୩ରେ ନିଜ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ….

କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପେକ୍ଷେ ଦେଶ ଛାଡି ପଳାଇ ଯାଇଛନ୍ତି । ଇତିମଧ୍ୟରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । କିଛିଦିନ ପୂର୍ବରୁ ରାଷ୍ଟ୍ରପତି ଗୋଟବାୟା ଜୁଲାଇ ୧୩ରେ ନିଜ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । କିନ୍ତୁ ରାଷ୍ଟ୍ରପତି ଏବେ ଦେଶ ଛାଡି ପଳାଇ ଯାଇଥିବାରୁ ତାଙ୍କ ଇସ୍ତଫାକୁ ନେଇ ପ୍ରଶ୍ନ ଉଠୁଛି । ସୂଚନାନୁଯାୟୀ, ରାଷ୍ଟ୍ରପତି ଗୋଟବାୟା ରାଜପେକ୍ଷେ, ତାଙ୍କ ପତ୍ନୀ ଓ ୨ଜଣ ସୁରକ୍ଷାକର୍ମୀଙ୍କ ସହ ଶ୍ରୀଲଙ୍କା ବାୟୁସେନାର ବିମାନ ଯୋଗେ ମାଲଦ୍ୱୀପ ଯାଇଛନ୍ତି । ଅନ୍ୟପଟେ ରାଷ୍ଟ୍ରପତି ଦେଶ ଛାଡି ଯିବା ଖବର ମିଳିବା ପରେ କଲମ୍ବୋରେ ପ୍ରଧାନମନ୍ତ୍ରୀଙ୍କ ଆବାସ ବାହାରେ ଜନତାଙ୍କ ବିରୋଧ ପ୍ରଦର୍ଶନ ପୁଣିଥରେ ବଢିଯାଇଛି ।