ଭୁବନେଶ୍ୱର(ଏସ୍ ନ୍ୟୁଜ): କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି ରାଜ୍ୟର ତିନି ଚର୍ଚ୍ଚିତ ବ୍ୟକ୍ତିବିଶେଷ। ଏମାନେ ହେଉଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏବଂ ଛାତ୍ର ନେତା ଚିନ୍ମୟ ସାହୁ।
ପୂର୍ବତନ ବିଏମସି ମେୟର ତଥା ବର୍ତ୍ତମାନର ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା(ବୁନୁ) କରୋନା ପଜିିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କ ଠାରେ ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ ପରୀକ୍ଷା କରାଇଥିଲେ। ତେବେ ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ଏବଂ ସେ ହୋମ୍ କ୍ୱାରେଣ୍ଟିନରେ ଥିବା ଟ୍ୱିଟର ଯୋଗେ ଜଣାଇଛନ୍ତି।

ସେହିଭଳି ରାଜ୍ୟ ପର୍ଯ୍ୟଟନ ଉନ୍ନୟନ କର୍ତ୍ତୃପକ୍ଷ (ଓଟିଡିସି) ଅଧ୍ୟକ୍ଷା ଶ୍ରୀମୟୀ ସ୍ୱେତାସ୍ନିଗ୍ଧା ମିଶ୍ର ମଧ୍ୟ କୋଭିଡ଼୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସେ ଏ ବାବଦରେ ସୋସିଆଲ ମିଡ଼ିଆରେ ଉଲ୍ଲେଖ କରି ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦରୁ ଠିକ ଥିବା ସୂଚନା ଦେଇଛନ୍ତି।
ଅନ୍ୟପଟେ ବିଶିଷ୍ଟ ଛାତ୍ରନେତା ତଥା ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫେସବୁକ ପୋଷ୍ଟ ଜରିଆରେ ସେ ଏହି ସୂଚନା ଦେଇଛନ୍ତି। ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ ସେ ସଙ୍ଗରୋଧରେ ରହିବା ଏବଂ ପରୀକ୍ଷା କରେଇ ନେବାକୁ ଅନୁରୋଧ କରିଛନ୍ତି।