ମୁମ୍ବାଇ: ବଲିଉଡ ବୋଲ୍ଡ ଅଭିନେତ୍ରୀ କିଆରା ଆଡୱାନୀ ନିକଟରେ ଜଣେ ନୂଆ ପ୍ରଯୋଜକ ତାଙ୍କୁ ସାଇନ କରିବାକୁ ଯାଇଥିଲେ । ଏହି ପ୍ରୋଜେକ୍ଟର କାହାଣୀ ଏବଂ ସେଥିରେ ନିଜ ଭୂମିକା ସମ୍ପର୍କରେ କିଆରା ବେଶ ଭଲ ଭାବରେ ଅବଗତ ହୋଇଥିଲେ । ହେଲେ ଗୋଟିଏ କଥା ଲାଗି ପ୍ରୋଜେକ୍ଟଟି ଅଧାରେ ଲଟକି ରହିଛି । ଶୁଣିବାକୁ ମିଳୁଛି ଯେ ଏହି ଭୂମିକା ପାଇଁ କିଆରା କୁଆଡେ଼ ଡବଲ ପାରିଶ୍ରମିକ ଡିମାଣ୍ଡ କରୁଛନ୍ତି । କାରଣ ଏଥିରେ ତାଙ୍କୁ ବେଶ କେତୋଟି ବୋଲ୍ଡ ଶଟ୍ ଦେବାକୁ ପଡ଼ିବ ।
ସେଥିପାଇଁ ସେ ପାରିଶ୍ରମିକକୁ ଏକାଥରେ ଦୁଇ ଗୁଣା କରିଦେଇଛନ୍ତି । ଏ ସମ୍ପର୍କରେ ସେ କହନ୍ତି, ‘ନୂଆ ସିନେମାର କାହାଣୀ ମୋ ମନକୁ ଛୁଇଁଛି । ଏଥିରେ ମୋତେ ବୋଲ୍ଡ ଶଟ୍ ଦେବାକୁ ପଡ଼ିବ । ସେଥିପାଇଁ ମୋତେ ଅଧିକ ପାରିଶ୍ରମିକ ଦେବାକୁ ପ୍ରଯୋଜକ ନିଜ ପଟରୁ ସୂଚନା ଦେଇଛନ୍ତି । ହେଲେ ଯାହା ଆଲୋଚନା ହେଉଛି ଯେ, ଏହି ଫିଲ୍ମ ପାଇଁ ମୁଁ ମୋ ପାରିଶ୍ରମିକ ବଢ଼ାଇ ଦେଇଛି ତାହା ସତ ନୁହେଁ ।