ଇମ୍ଫାଲ: ବିଳମ୍ବିତ ରାତିରେ ମଣିପୁରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଆସମର ପୂର୍ବ ଦକ୍ଷିଣପଟରେ ଥିବା ମୋଏରାଙ୍ଗ, ମଣିପୁର ଏହି ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୮ ରେକର୍ଡ କରାଯାଇଛି । ଭୂମିକମ୍ପର ଗଭୀରତା ୯୪ କିଲୋମିଟର ତଳେ ଥିବା ଚିହ୍ନଟ ହୋଇଛି । ଏହାର କେନ୍ଦ୍ର ସ୍ଥଳ ରାଜଧାନୀ ଇମ୍ଫାଲଠାରୁ ପ୍ରାୟ ୬୬ କିଲୋମିଟର ଦୂରରେ ଅବସ୍ଥିତ । ତେବେ ଭୂକମ୍ପ ଯୋଗୁ କୌଣସି ମୃତାହତ କିମ୍ବା କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି ।