କେଜ୍ରିୱାଲଙ୍କୁ ସିଙ୍ଗାପୁର ମନା

ସେଠାରେ ଅନୁଷ୍ଠିତ ଶିଖର ସମ୍ମିଳନୀରେ ବିଶ୍ୱର ନେତାମାନଙ୍କୁ ଦିଲ୍ଲୀ ମଡେଲ ସମ୍ପର୍କରେ ଅବଗତ କରେଇବେ….

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି କରି କହିଛନ୍ତି ଯେ ତାଙ୍କୁ ଭାରତର ପ୍ରତିନିଧିତ୍ୱ କରିବା ଲାଗି ସିଙ୍ଗାପୁର ଯିବାର ଅନୁମତି ନ ଦେବା ସଂପୂର୍ଣ୍ଣ ଭୁଲ ଅଟେ । କେଜ୍ରିୱାଲଙ୍କୁ ୱାର୍ଲ୍ଡ ସିଟିଜ ସମିଟକୁ ନିମନ୍ତ୍ରଣ କରାଯାଇଥିଲା । ଯେଉଁଠାରେ ତାଙ୍କର ଯୋଜନା, ଶାସନର ଦିଲ୍ଲୀ ମଡେଲ ଉପରେ ଚର୍ଚ୍ଚା କରିବାର ଥିଲା । ସେଠାରେ ଅନୁଷ୍ଠିତ ଶିଖର ସମ୍ମିଳନୀରେ ବିଶ୍ୱର ନେତାମାନଙ୍କୁ ଦିଲ୍ଲୀ ମଡେଲ ସମ୍ପର୍କରେ ଅବଗତ କରେଇବେ । କେଜ୍ରିୱାଲ ତାଙ୍କର ଯାତ୍ରା ଲାଗି ମଞ୍ଜୁରୀ ମାଗିଛନ୍ତି ।