୩୯ ବର୍ଷ ବୟସରେ ପାଦ ଥାପିଲେ କ୍ୟାଟ୍ରିନା

ସେ ଏମିତି ଜଣେ ଅଭିନେତ୍ରୀ ଯିଏକି ଫିଲ୍ମ ପାଇଁ ସର୍ବାଧିକ ଫି ଆଦାୟ କରନ୍ତି….

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ନିଜର ୩୮ ବର୍ଷର ଜନ୍ମ ଦିନ ପାଳୁଛନ୍ତି । ୨୦୦୩ ମସିହାରେ ଫିଲ୍ମ ବୁମ ଜରିଆରେ ଡେବ୍ୟୁ କରିଥିଲେ କ୍ୟାଟ୍ରିନା । ଏହି ଚଳଚ୍ଚିତ୍ରଟି ଜ୍ୟାକି ଶ୍ରଫଙ୍କ ପତ୍ନୀ ଆୟେଶା ଶ୍ରଫଙ୍କ ଦ୍ୱାରା ନିର୍ମିତ ହୋଇଥିଲା । କିନ୍ତୁ ଏହି ଚଳଚ୍ଚିତ୍ରଟି ଫ୍ଲପ ହୋଇଥିଲା । ୧୮ ବର୍ଷର କ୍ୟାରିଅରରେ ଅନେକ ସୁପରହିଟ ଫିଲ୍ମ କରି ବେଶ ସଫଳତା ପାଇଛନ୍ତି । ସେ ଏମିତି ଜଣେ ଅଭିନେତ୍ରୀ ଯିଏକି ଫିଲ୍ମ ପାଇଁ ସର୍ବାଧିକ ଫି ଆଦାୟ କରନ୍ତି ।