ଗୁଜରାଟରେ ମିଳିବ ମାଗଣା ବିଜୁଳି
ଗୁଜରାଟର ସୁରଟ ଗସ୍ତ କରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ…..
ନୂଆଦିଲ୍ଲୀ: ଗୁଜରାଟର ସୁରଟ ଗସ୍ତ କରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଘୋଷଣା କରିଛନ୍ତି । ଦିଲ୍ଲୀ ଓ ପଞ୍ଜାବ ପରେ ଗୁଜରାଟବାସୀଙ୍କୁ ମାଗଣା ବିଜୁଳି ମିଳିବା । ଏହି ଅବସରରେ କେଜ୍ରିୱାଲ କହିଛନ୍ତି ଯେ, ଗୁଜରାଟରେ ସମସ୍ତଙ୍କୁ ଡରାଇ ରଖାଯାଇଛି । ୨୭ ବର୍ଷ ହେବ ଗୋଟିଏ ପାର୍ଟି ରାଜ କରୁଥିବାରୁ ଅହଙ୍କାର ବଢିଯାଇଛି । ସେଥିପାଇଁ ଗୁଜରାଟ ପରିବର୍ତ୍ତନ ଚାହୁଁଛି । ଆମକୁ ରାଜନୀତି କରିବା ଆସେନି କାମ ନକଲେ ଆପଣ ଭୋଟ ଦେବେନି । ଆମ ସରକାର ଆସିଲେ ୩ ମାସରେ ୩୦୦ ୟୁନିଟ ବିଜୁଳି ଫ୍ରି କରାଯିବ । ଦିଲ୍ଲୀ ଓ ପଞ୍ଜାବରେ ଫ୍ରି ବିଜୁଳି ମିଳୁଛି ତ ଗୁଜରାଟରେ ବି ମିଳିବ । ଏବେ ଆଉ ବିଜୁଳି କାଟ ହେବନାହିଁ ।