ଇଡି ଅଫିସରେ ସୋନିଆ ହାଜର

କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲାରେ…

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲାରେ ଦିଲ୍ଲୀସ୍ଥିତ ଇଡି ଅଫିସରେ ହାଜର ହୋଇଛନ୍ତି । ସୋନିଆଙ୍କ ଦେହ ଭଲ ନଥିବାରୁ ପ୍ରିୟଙ୍କାଙ୍କୁ ଇଡି ଅଫିସରେ ରହିବାକୁ ଅନୁମତି ଦିଆଯାଇଛି । ସୋନିଆ ଗାନ୍ଧୀ ଇଡି ଅଫିସରେ ହାଜର ହେବା ପୂର୍ବରୁ ତାଙ୍କ ଜନପଥସ୍ଥିତ ଆବାସରୁ ଇଡି ଅଫିସ ପର୍ଯ୍ୟନ୍ତ ପୁଲିସକର୍ମୀ ନିଯୁକ୍ତ ହୋଇଥିଲେ । ସୋନିଆଙ୍କୁ ୩ଟି ଚରଣରେ ପଚରାଉଚୁରା କରାଯାଉଛି । ପ୍ରଥମ ଚରଣରେ ବ୍ୟକ୍ତିଗତ ପ୍ରଶ୍ନ ପଚରାଯିବ । ଦ୍ୱିତୀୟ ଚରଣ ଜେରାରେ ଇଡି ଟିମ୍‌ ଏସୋସିଏଟ ଜର୍ନାଲ ଲିମିଟେଡ ଏବଂ ୟଙ୍ଗ ଇଣ୍ଡିଆନକୁ ନେଇ ପ୍ରଶ୍ନ ପଚାରିବ । ତୃତୀୟ ଚରଣରେ ସମସ୍ତ ଦିଗରେ ପଚରାଉଚୁରା କରାଯିବ ।