ଯୋଗୀଙ୍କ କ୍ୟାବିନେଟରେ ଫାଟ

ଉତ୍ତରପ୍ରଦେଶରେ ସରକାର ଗଠନ କରିଥିବା ଯୋଗୀ…

ଲକ୍ଷେ୍ନø : ଉତ୍ତରପ୍ରଦେଶରେ ସରକାର ଗଠନ କରିଥିବା ଯୋଗୀ ଆଦିତ୍ୟନାଥ ସରକାରରେ ଫାଟ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି । ଯୋଗୀଙ୍କ କ୍ୟାବିନେଟରେ ପାତରଅନ୍ତର କରାଯାଉଥିବା ଅଭିଯୋଗ କରି ଜଣେ ମନ୍ତ୍ରୀ ଇସ୍ତଫା ଦେଇଥିବାର ଜଣାପଡ଼ିଛି । ମନ୍ତ୍ରୀ ଦଳିତ ହୋଇଥିବାରୁ ତାଙ୍କୁ ଯୋଗୀ ସରକାରରେ ଅଣଦେଖା କରାଯାଉଥିବାର ସେ ଅଭିଯୋଗ ଆଣିଛନ୍ତି । ଏଥିପାଇଁ ସେ ନିଜର ଇସ୍ତଫାପତ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନିକଟକୁ ପଠାଇ ଦେଇଛନ୍ତି । ସେହିପରି ଆଉ ଜଣେ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଉପରେ ଖପ୍ପା ହୋଇଛନ୍ତି । ଯାହା ଜଣାଯାଏ ପ୍ରଥମଥର ପାଇଁ କୌଣସି ବିଜେପି ଶାସିତ ରାଜ୍ୟରେ ଦଳୀୟ ନେତାଙ୍କ ଏପରି ବିଦ୍ରୋହ ସମସ୍ତଙ୍କୁ ଚକିତ କରିଛି । ଇସ୍ତଫା ଦେଇଥିବା ୟୁପିର ଜଳ ସମ୍ପଦ ମନ୍ତ୍ରୀ ତାଙ୍କ ଚିଠିରେ ଦାବି କରିଛନ୍ତି ଯେ ୧୦୦ ଦିନ ହେଲା ମୋତେ କୌଣସି କାମ ଦିଆଯାଇନାହିଁ । ତେଣୁ ମୁଁ ଇସ୍ତଫା ଦେଉଛି ।