ଜିଏସଟିକୁ ପ୍ରତ୍ୟାହାର କରନ୍ତୁ କେନ୍ଦ୍ର ସରକାର : ରାହୁଲ ଗାନ୍ଧୀ
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଲୋକସଭା ସାଂସଦ ରାହୁଳ ଗାନ୍ଧୀ କହିଛନ୍ତି ଯେ…
ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଲୋକସଭା ସାଂସଦ ରାହୁଳ ଗାନ୍ଧୀ କହିଛନ୍ତି ଯେ, କେନ୍ଦ୍ର ସରକାର ଜିଏସଟି ପ୍ରତ୍ୟାହାର କରିବା ଉଚିତ । ସେ କହିଛନ୍ତି ଯେ, ଏହି ଜିଏସଟି ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଉଛି । ମୁଦ୍ରାସ୍ଫୀତି ସହ ସଂଘର୍ଷ କରୁଥିବା ଲୋକଙ୍କ କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଣିବା ଉଚିତ । କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ, ତାଙ୍କ ଦଳ ସଂସଦରେ ମୂଲ୍ୟ ବୃଦ୍ଧି ଏବଂ ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଉପରେ ତୁରନ୍ତ ବିତର୍କ ଚାହୁଁଛନ୍ତି । କିନ୍ତୁ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଉତ୍ତର ଦେବାକୁ ଏଡ଼ାଉଛନ୍ତି ।ରାଜ୍ୟସଭାରେ କଂଗ୍ରେସ ନେତୃତ୍ୱାଧିନ ବିରୋଧିମାନେ ଦାମ ବୃଦ୍ଧି ଏବଂ ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଉପରେ ତର୍କ ବିତର୍କ କରିବାକୁ ଦାବି କରିଛନ୍ତି । କିନ୍ତୁ ସରକାର ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ନ ଥିଲେ । ସେ କହିଛନ୍ତି ଯେ, ସଂସଦର ଏହି ଅଧିବେଶନରେ ମୌଳିକ ପ୍ରସଙ୍ଗ ଉପରେ ଆଲୋଚନ ହୋଇପାରିବ ନାହିଁ ବୋଲି ମୋଦୀ ସରକାର ଚାହୁଁଛନ୍ତି ।