ମୁମ୍ବାଇ : ବଲିଉଡ ଅଭିନେତ୍ରୀ ରାନୀ ମୁଖାର୍ଜୀ ଏବେ ଲାଇମଲାଇଟରୁ ଦୂରେଇ ରହିଛନ୍ତି । ବର୍ତ୍ତମାନ ରାନୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ପୁଣି ଥରେ ରାନୀ ମୁଖାର୍ଜୀଙ୍କ ପ୍ରେଗନେନ୍ସି ବିଷୟରେ ଆଲୋଚନା ଆରମ୍ଭ ହୋଇଛି । ଏହି ସମୟରେ ମୁମ୍ବାଇର ସିଦ୍ଧବିନାୟକ ମନ୍ଦିରକୁ ଦର୍ଶନ କରିବା ପାଇଁ ପହଞ୍ଚିଥିଲେ । ମନ୍ଦିରରୁ ବାହାରକୁ ଆସୁଥିବା ବେଳେ ତାଙ୍କୁ ଦେଖିବାକୁ ମିଳିଥିଲା । ଏହି ସମୟରେ ରାନୀଙ୍କ ବେବି ବମ୍ପକୁ ଦେଖି ଏବେ ନା ନା କଳ୍ପନା ଜଳ୍ପନା କରାଯାଉଛି । କୁହାଯାଉଛି କି ବୋଧ ହୁଏ ରାନୀ ଦ୍ୱିତୀୟ ଥର ପାଇଁ ଗର୍ଭବତୀ ଅଛନ୍ତି ।