ଟି-୨୦ ବିଶ୍ୱକପ ପୂର୍ବରୁ ଦ.ଆଫ୍ରିକା ସହ ସିରିଜ ଖେଳିବ ଭାରତ

ତେବେ ଯେଉଁ ଭାରତୀୟ ଖେଳାଳି ବିଶ୍ୱକପରେ ସାମିଲ ହୋଇଥିବେ ସେମାନେ ଦିନିକିଆ ସିରିଜ ଖେଳିବେ ନାହିଁ….

ନୂଆଦିଲ୍ଲୀ : ଭାରତୀୟ ଦଳ ଟି-୨୦ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳିବ । ଏଥିପାଇଁ ଭାରତର ଏ ଟିମ ମଇଦାନକୁ ଓହ୍ୱାଇବ । ଭାରତ- ଅଷ୍ଟ୍ରେଲିଆ ସହ ସେପ୍ଟେମ୍ବର ୨୦, ୨୩ ଓ ୨୫ ତାରିଖରେ ମ୍ୟାଚ ଖେଳିବ । ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେପ୍ଟେମ୍ବର ୨୮, ଅକ୍ଟୋବର ୧ ଓ ୩ରେ ମୁହାଁମୁହିଁ ହେବ । ଏହି ଦୁଇ ସିରିଜ ସହ ଦଳର ଟି-୨୦ ବିଶ୍ୱକପ ପ୍ରସ୍ତୁତି ହେବ । ତା ପରେ ଅକ୍ଟୋବର ୬, ୯ ଓ ୧୧ ତାରିଖରେ ଦ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଖେଳିବ । ତେବେ ଯେଉଁ ଭାରତୀୟ ଖେଳାଳି ବିଶ୍ୱକପରେ ସାମିଲ ହୋଇଥିବେ ସେମାନେ ଦିନିକିଆ ସିରିଜ ଖେଳିବେ ନାହିଁ । ସେମାନେ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବେ । ବିସିସିଆଇ ଦୁଇଟି ଜାତୀୟ ଦଳ ପ୍ରସ୍ତୁତ କରୁଛି । ତେଣୁ ଦିନିକିଆ ସିରିଜ ସେତେବେଳେ ଖେଳାଯିବ ଯେତେବେଳେ ଗୋଟିଏ ଟିମ ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବ ।